Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

(ଦ କୁଇଭର): ୟୁକ୍ରେନରେ ଚାଲିଛି ଯୁଦ୍ଧର ତାଣ୍ଡବ । ୟୁକ୍ରେନ ରାଜଧାନୀ ଉପରେ ଲଗାତର ରକେଟ ଓ ମିସାଇଲ ଆଟାକ୍ କରିଚାଲିଛି ଋଷ । ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର । ୟୁକ୍ରେନରେ ଦ୍ୱିତୀୟ ଭାରତୀୟଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ।

ମୃତ ଛାତ୍ର ଜଣକ ପଞ୍ଜାବର ହୋଇଥିବା ସୂଚନା । ମୃତ ଡାକ୍ତରୀ ଛାତ୍ରଙ୍କ ନାମ ଚନ୍ଦନ ଜିନ୍ଦଲ । ଚନ୍ଦନଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ଆସିବା ପରେ ମୃତ ଛାତ୍ରଙ୍କ ମୃତଦେହ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୃତକଙ୍କ ପିତା ।

Exit mobile version