(ଦ କୁଇଭର): ବଢିଲା ପରମାଣୁ ଯୁଦ୍ଧ ଆଶଙ୍କା । ପରମାଣୁ ଯୁଦ୍ଧର ଧମକ ଦେଲା ଋଷ । ଅମେରିକାର ଇସାରାରେ ନ ଖେଳୁ ୟୁକ୍ରେନ୍ । ଏନେଇ ୟୁକ୍ରେନ୍ କୁ ଚେତାବନୀ ଦେଲା ଋଷ । ଏହାସହ ଋଷ କହିଛି ତୃତୀୟ ବିଶ୍ୱଯୁଦ୍ଧ ବିନାଶକାରୀ ହେବ । ଆଉ ପରମାଣୁ ଦ୍ୱାରାହିଁ ତୃତୀୟ ବିଶ୍ୱଯୁଦ୍ଧ ହେବ ।

ବର୍ତ୍ତମାନ ରାଗରେ ପଞ୍ଚମ ଋଷ । ୟୁକ୍ରେନ୍ ଉପରେ ରାଗ ସୁଝାଉଛି ଋଷ । ଗୋଟିଏ ଜିଦ୍, ୟୁକ୍ରେନ୍ ରାଜଧାନୀ କିଭ୍ କୁ କବ୍ଚା କରିବା । ଲଗାତର ୭ ଦିନ ଧରି ଆକ୍ରମଣ କରି ଗୋଟିଏ ପରେ ଗୋଟିଏ ସହର କବ୍ଚା କରିଚାଲିଛି ଋଷ । କାରକିଭ୍ ର ଏକ ମିଲିଟାରୀ ଏକାଡେମୀ ଉପରେ ରକେଟ ମାଡ଼ କରିଛି ଋଷ ସେନା । ଫଳହେ ସେଠାରେ ଦୀର୍ଘ ୯ ଘଣ୍ଟା ଧରି ନିଆଁ ଜଳୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *