ଆଉ ଗୋଟିଏ ସପ୍ତାହ ପରେ ବଢିବ ପେଟ୍ରୋଲ ଓ ଡିଜେଲ ଦର !

(ଦ କୁଇଭର): ହାତରେ ଆଉ ମାତ୍ର ଗୋଟିଏ ସପ୍ତାହ । ସରିବ ୫ ରାଜ୍ୟର ବିଧାନସଭା ନିର୍ବାଚନ । ଆଉ ବଢିବ ପେଟ୍ରୋଲ ଓ ଡିଜେଲ ଦର । ଆର୍ନ୍ତଃଜାତୀୟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ହୋଇଛି । ଏହି କାରଣରୁ ତୈଳ କମ୍ପାନୀଗୁଡ଼ିକ ସାଧାରଣ ମାରଜିନ୍ ହାସଲ କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୯ ଟଙ୍କା ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ସେପଟେ ଋଷରେ ତୈଳ ଯୋଗାଣରେ ବ୍ୟାଘ୍ରାତ ହେବାର ଆଶଙ୍କା ଥିବାରୁ ୨୦୧୪ ମସିହାରୁ ଆନ୍ତଃର୍ଜାତୀୟ ମନ୍ତ୍ରାଳୟ ଅଧୀନରେ ଥିବା ପେଟ୍ରୋଲିୟମ ଯୋଜାନା ଏବଂ ଆନାଲିସିସ୍ ସେଲ୍ (ପିପିଏସସି) ଅନୁଯାୟୀ, ଭାରତ କିଣୁଥିବା ଅଶୋଧିତ ତୈଳ ମାର୍ଚ୍ଚ ୧ ତାରିଖରୁ ପ୍ରତି ବ୍ୟାରେଲ ପିଛା ୧୦୨ ଡଲାର ହୋଇଛି । ୨୦୧୪ ଅଗଷ୍ଟ ଠାରୂୁ ଏହି ଇନ୍ଧନର ମୂଲ୍ୟ ସର୍ବାଧିକ ରହିଛି ।

ଗତବର୍ଷ ନଭେମ୍ବର ଆରମ୍ଭରେ ଯେତେବେଳେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପୁନଃନିର୍ମାଣ କରାଯାଇଥିଲା, ସେତେବେଳେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ହାରାହାରି ୮୧.୫ ଡଲାର ରେ ରହିଥିଲା । ଜେପି ମାର୍ଗନ ଏକ ରିପୋର୍ଟରେ କହିଛନ୍ତି ଯେ, ଆସନ୍ତା ସପ୍ତାହ ସୁଦ୍ଧା ବିଧାନସଭା ନିର୍ବାଚନ ଶେଷ ହେବ । ଏହା ଅନୁମାନ କରାଯାୁଛି ଯେ, ଏହା ପରେ ଦୈନିକ ଇନ୍ଧନର ହାର ବୃଦ୍ଧି ପାଇବ ।

ମାର୍ଚ୍ଚ ୭ରେ ଉତ୍ତରପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଏବଂ ମାର୍ଚ୍ଚ ୧୦ରେ ଉତ୍ତରପ୍ରଦେଶ ସମତେ ସମସ୍ତ ୫ ରାଜ୍ୟରେ ଭୋଟ୍ ଗଣତି ହେବ । ତେଣୁ ଏହା ପରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇବ । ଜେପି ମାର୍ଗନଙ୍କ ଅନୁଯାୟୀ, ସାଧାରଣ ମାର୍କେଟିଂ ଲାଭ ହାସଲ କରିବା ପାଇଁ ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ଖୁଚୁରା ମୂଲ୍ୟ ଲିଟର ପିଛିା ୯ଟଙ୍କା ମିକ୍ୱା ୧୦ ପ୍ରତିଶତ ବୃଦ୍ଧି କରିବା ଆବଶ୍ୟକ କରନ୍ତି । ଲଗାତର ୧୧୮ ଦିନ ଘରୋଇ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Leave a Reply

Your email address will not be published. Required fields are marked *