Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଧୂଆଁମୟ କାରକିଭ୍: ରକେଟ୍ ମାଡ଼ରେ ଧ୍ୱଂସ ମିଲିଟାରୀ ଏକାଡେମୀ

(ଦ କୁଇଭର): ରାଗରେ ପଞ୍ଚମ ଋଷ । ୟୁକ୍ରେନ୍ ଉପରେ ରାଗ ସୁଝାଉଛି ଋଷ । ଗୋଟିଏ ଜିଦ୍ ୟୁକ୍ରେନ୍ ରାଜଧାନୀ କିଭ୍ କୁ କବ୍ଚା କରିବା । ଲଗାତର ୭ ଦିନ ଧରି ଆକ୍ରମଣ କରି ଗୋଟିଏ ପରେ ଗୋଟିଏ ସହର କବ୍ଚା କରିଚାଲିଛି ଋଷ । ଆଉ ଏବେ କାରକିଭ୍ ର ଏକ ମିଲିଟାରୀ ଏକାଡେମୀ ଉପରେ ରକେଟ ମାଡ଼ କରିଛି ଋଷ ସେନା । ଫଳହେ ସେଠାରେ ଦୀର୍ଘ ୯ ଘଣ୍ଟା ଧରି ନିଆଁ ଜଳୁଥିବା ଦେଖିବାକୁ ମିଳିଛି ।

ସେପଟେ ୟୁକେନର କାରକିଭ୍ ଉପରେ ଚାଲିଛି ପ୍ରବଳ ଗୁଳିଗୋଳା ବର୍ଷଣ । ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ଋଷ ପକ୍ଷରୁ କାରକିଭ୍ ରେ ଥିବା ଏକ ପ୍ରସୂତି ଗୃହ ଉପରେ ଋଷ ସେନା ଆକାଶ ମାର୍ଗରୁ ଆକ୍ରମଣ ଭୟଙ୍କର ବିସ୍ଫୋରଣ କରିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଅଧିକ ଆହତ ହୋଇଥିବା କୁହାଯାଉଛି ।

ଅନ୍ୟପଟେ ଘନ ଘନ ବିସ୍ଫୋରଣ ଫଳରେ ସମ୍ପୂର୍ଣ୍ଣ ଅଂଚଳ ଧୂଆଁମୟ ହୋଇଯାଇଛି । ବୋମାମାଡ଼ ସାଙ୍ଗକୁ ଲଗାତର ରକେଟ୍ ମାଡ଼ କରିଚାଲିଛି ଋଷ ସେନା। ଏହାବ୍ୟତୀତ ଋଷ ସେନା ଖରସେନ ସହରକୁ ଦଖଲ କରିନେଇଥିବା ବେଳେ କାରକିଭ୍ ଅଞ୍ଚଳକୁ କବ୍ଚା କରିବାକୁ ଆଗକୁ ବଢିଚାଲିଛନ୍ତି ।

Exit mobile version