Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଭାରତୀୟଙ୍କୁ ପିଟୁଛନ୍ତି ୟୁକ୍ରେନ୍ ସେନା

(ଦ କୁଇଭର): ଲଗାତର ୭ ଦିନ ଧରି ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏହାରି ଭିତରେ ଦ୍ରୁତ ଗତିରେ ଆଗେଇ ଚାଲିଛି ଅପରେସନ ଗଙ୍ଗା । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ଉଦ୍ୟମ ଲଗାଇଛନ୍ତି । ତେଣୁ ଏହାରି ଭିତରେ ଏକ ବଡ଼ ଖବର ଆସି ପହଞ୍ଚିଛି, ଯେ ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଛନ୍ତି ୟୁକ୍ରେନ୍ ସେନା ।

ୟୁକ୍ରେନରୁ ଜୀବନ ବଞ୍ଚାଇ ଚାଲିଆସିଥିବା ଛାତ୍ରଛାତ୍ରୀ ବଖାଣିଛନ୍ତି ନିର୍ଜାତନାର କାହାଣୀ । ୟୁକ୍ରେନରୁ ଫେରି ନୂଆଦିଲ୍ଲୀରେ ପହଞ୍ଚିବା ପରେ ସଂଘର୍ଷର କାହାଣୀ କହିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ଜାତିସଂଘରେ ଭାରତ ଋଷିଆ ବିରୋଧରେ ଭୋଯ୍ ନ ଦେବାରୁ ୟୁକ୍ରେନ୍ ଖପ୍ପା ହୋଇଥିବା ଦେଖିବାକୁ ମିଳିଛି ।

ଭାରତ ଭୋଟ୍ ନ ଦୋବରୁ ୟୁକ୍ରେନ୍ ସେନା ଭାରତୀୟଙ୍କୁ ମାଡ଼ ମାରୁଥିବା କହିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ୟୁକ୍ରେନରୁ ରୋମାନିଆ ଆସିବା ବେଳେ ସୀମାରେ ନିର୍ଜାତନା ଦିଆଯାଉଛି । ଏହାସହ ଭାରତୀୟ ବୋଲି ପରିଚୟ ପାଇବା ପରେ ମାଡ଼ ମାରୁଛନ୍ତି ୟୁକ୍ରେନ୍ ସେନା । ରାସ୍ତାରେ ଆଣ୍ଠେଇଦେବା ସହ ଗୋଇଠା ଧକ୍କା ମଧ୍ୟ ମାରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

Exit mobile version