ନମାଜ ପଢିବା ବେଳେ ହଠାତ୍ ବିସ୍ଫୋରଣ: ୩୦ ମୃତ

(ଦ କୁଇଭର): ପାକିସ୍ତାନର ପେଶୱାରରେ ଥିବା ମସଜିଦରେ ଏକ ଭୟଙ୍କର ବିସ୍ଫୋରଣ । ମସଜିଦରେ ଚାଲିଥିଲା ନମାଜ,ହଠାତ ଫୁଟିଲା ବୋମା । ଏହି ବିସ୍ଫୋରଣରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ଆତ୍ମଘାତୀ କିମ୍ବା ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଯୋଗୁ ବିସ୍ଫୋରଣ ଘଟିଥାଏ ପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

https://twitter.com/narendra52/status/1499688640657920001?s=20&t=V7wXcC00XYdg6PaNOvw-iw

ଶୁକ୍ରବାର ପ୍ରାର୍ଥନା ସମୟରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ଭିଡ଼ ମଧ୍ୟରେ ବିସ୍ଫୋରକ ସାମଗ୍ରୀ ସହିତ ନିଜକୁ ବିସ୍ଫୋରଣ କରିଥିଲେ। ଯେଉଁଥିପାଇଁ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଏହି ବଡ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପାକିସ୍ତାନର ସମସ୍ତ ରିଲିଫ ଦଳ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କୁହାଯାଉଛି ଯେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି, ସେଥିପାଇଁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।

ଏହି ଘଟଣା ପରେ ପେଶୱାର ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରିଛି। ଏଥି ସହିତ କେଉଁ ସଂଗଠନ ଏହି ବଡ ଆତଙ୍କବାଦୀ ଆକ୍ରମଣ କରିଛି ତାହା ଏପର୍ୟ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ପାକିସ୍ତାନୀ ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି ଏବଂ ଅନ୍ୟ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି।

Leave a Reply

Your email address will not be published. Required fields are marked *