ଋଷ କବ୍ଜାରେ ୟୁକ୍ରେନର ପରମାଣୁ ପ୍ଲାଣ୍ଟ

(ଦ କୁଇଭର): ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହି ସମୟରେ, ଶୁକ୍ରବାର ଦିନ, ୟୁକ୍ରେନର ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର (ଜାପୋରିଜିଆ) ଉପରେ ଋଷର ଆକ୍ରମଣରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ୟୁକ୍ରେନ୍ ସେନା ରୁଷ ପାଇଁ ବହୁତ କ୍ଷତି ଦାବି କରିଛି। କୁହାଯାଉଛି ଯେ ୟୁକ୍ରେନ ସେନା ରାଜଧାନୀ କିଭ୍ ନିକଟରେ ଥିବା ବୁଚା ସହରକୁ ପୁନର୍ବାର ଜବରଦଖଲ କରିଛି ।

ଏଥିସହ ଜାପୋରିଜିଆରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ରୁଷ ବୋମା ମାଡ଼ କରିବାରୁ ଏଥିରେ ନିଆଁ ଲାଗି ଯାଇଛି । ଯଦି ଏହାକୁ ଠିକଣା ସମୟରେ ନିୟନ୍ତ୍ରଣ ନ କରାଯିବ, ତା’ହେଲେ ପ୍ଳାଣ୍ଟରୁ ନିର୍ଗତ ହେବାକୁ ଥିବା ନ୍ୟୁକ୍ଲିୟର ବିକିରଣ ସମଗ୍ର ୟୁରୋପକୁ ଛାରଖାର କରିଦେବ ବୋଲି ଆଶାଙ୍କା କରାଯାଉଛି । ଏଥିସହ ଓଡେସା, ବିଲା ସର୍ସ୍କା ଏବଂ ଭୋଲିନ୍ ଓବ୍ଲାଷ୍ଟରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି । ଏଠାରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଏକ ଆଶ୍ରୟସ୍ଥଳକୁ ଯିବାକୁ କୁହାଯାଇଛି ।

ୟୁକ୍ରେନ୍ର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା ନିଆଁ ଲାଗିବା ପରେ ରୁଷୀୟ ସୈନିକଙ୍କୁ ୟୁରୋପର ସବୁଠାରୁ ବଡ଼ ପରମାଣୁ ଶକ୍ତି କାରଖାନା ଉପରେ ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି । ଆକ୍ରମଣ ଜାରି ରହିଲେ ଚୋରନୋବିଲ ଠାରୁ ୧୦ଗୁଣ ଅଧିକ ବିସ୍ଫୋରଣ ହେବ । ରୁଷିଆକୁ ତୁରନ୍ତ ନିଆଁ ବନ୍ଦ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *