ଟଳିବ କି ଯୁଦ୍ଧ ? ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା

(ଦ କୁଇଭର): ବର୍ଷୁଛି ମିସାଇଲ, ଗୁଳି, ରକେଡ୍ ଲଞ୍ଚର, ଆକାଶରୁ ଯେଉଁ ସମୟରେ ବରଫ ବର୍ଷିବା କଥା ସେହି ସମୟରେ ବର୍ଷୁଛି ବୋମା ଗ୍ରେନେଡ୍ ମିଜାଇଲର ବର୍ଷା । ଆଜି ଋଷିଆ-ୟୁକ୍ରେନର ୯ମ ଦିନ ରେ ପହଁଚିଥିବା ବେଳେ ଚାଲିଛି ଯୁଦ୍ଧ ଟାଳିବାକୁ ପ୍ରୟାସ । ପୋଲାଣ୍ଡରେ ଦୁଇ ଦେଶଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବେଳେ ନାଗରୀକଙ୍କ ସୁରକ୍ଷା ପାଇଁ ଦୁଇ ଦେଶଙ୍କ ମଧ୍ୟରେ ସହମତି ପ୍ରଦାନ କରିଛନ୍ତି ବୋଲି ଜଣାପଡିଛି ।

ଯେଉଁ ସ୍ଥାନରେ ସ୍ଥିତି ଖରାପ ରହିଛି ସେ ସବୁ ସ୍ଥାନରେ ଲୋକଙ୍କୁ ଖାଦ୍ୟ ଓ ମେଡିସିନ୍ ପହଞ୍ଚାଇବାକୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଛି । ଏହା ସହ ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ଯେ, ଖୁବଶୀଘ୍ର ରୁଷ ସହ ତୃତୀୟ ପର୍ୟ୍ୟାୟ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି । ଦ୍ୱିତୀୟ ପଯର୍ୟାୟ ବୈଠକ ଶେଷ ହୋଇଥିଲେ ମଧ୍ୟ ଏହା ୟୁକ୍ରେନର ଆଶା ଅନୁସାରେ ଫଳପ୍ରଦ ହୋଇନାହିଁ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି । ଏପଟେ ପୁଟିନଙ୍କ ସହ ମୁହାଁମୁହିଁ ଆଲୋଚନା ହିଁ ଯୁଦ୍ଧ ବନ୍ଦ ଲାଗି ଏକମାତ୍ର ରାସ୍ତା ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।

Leave a Reply

Your email address will not be published. Required fields are marked *