ଶେଷ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ହାଇଭୋଲଟେଜ୍ ପ୍ରଚାର

(ଦ କୁଇଭର): ମାର୍ଚ୍ଚ ୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ୟ୍ୟାୟ ପାଇଁ ମତଦାନ ହେବ । ଏହି ପର୍ୟ୍ୟାୟରେ ରାଜ୍ୟର ୯ ଟି ଜିଲ୍ଲାର ୫୪ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀ ମଧ୍ୟ ଅନ୍ତର୍ଭୁକ୍ତ। ଶେଷ ପର୍ୟ୍ୟାୟରେ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପିର ବହୁ ବଡ ନେତା କାଶୀରେ ପହଞ୍ଚି ପ୍ରଚାର କରିଛନ୍ତି।

ୟୁପି ନିର୍ବାଚନ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ସମସ୍ତ କେନ୍ଦ୍ର ମନ୍ତ୍ରୀ ବାରାଣାସୀରେ ବିଜେପି ପ୍ରାର୍ଥୀ ଜିତିବା ପାଇଁ ବୈଠକ କରୁଥିବା ଦେଖାଯାଉଛି। ବିରୋଧୀମାନେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କାଶୀରେ ଏକ ରୋଡ୍ ସୋ କରିଥିଲେ।

ସେପଟେ ବିରୋଧମାନେ ମଧ୍ୟ ଏହାକୁ ଗୁରୁତର ସହିତ ନେଇଛନ୍ତି । ଏଥିସହିତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବାରାଣାସୀରେ ୩ ଦିନ ରହିବେ। ସେ ସେଠାରେ ଡୋର ଟୁ ଡୋର ଅଭିଯାନ କରୁଛନ୍ତି । ଅଖିଳେଶ ଯାଦବଙ୍କ ବିଜୟ ରଥ ମଧ୍ୟ ଭାରତ ମାତା ମଣ୍ଡଳରୁ ଚାନ୍ଦୁଆ, ଚିତ୍ରପୁରା ସିଗ୍ରା, ରଥ ଯାତ୍ରା, ଗୁରୁବାଗ, ଲକ୍ଷ୍ମୀ, ଚର୍ଚ୍ଚ ଛକ ପର୍ୟ୍ୟନ୍ତ ଯାଇଥିଲା। ଏଥି ସହିତ ବିଏସପିର ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ମଧ୍ୟ ବନାରସରେ ବ୍ରାହ୍ମଣ ସମ୍ମିଳନୀ କରୁଛନ୍ତି। ବିଏସପି ମୁଖ୍ୟ ମାୟାବତୀ ଦୁଇ ଦିନ ପୂର୍ବେ ମିର୍ଜାପୁର ଏବଂ ଜୈନପୁରର ସଂଲଗ୍ନ ଜିଲ୍ଲା ପରିଦର୍ଶନ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *