Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମଣିପୁର ବିଧାନସଭା ନିର୍ବାଚନ: ୨ୟ ପର୍ୟ୍ୟାୟରେ ମତଦାନ ଜାରି

(ଦ କୁଇଭର): ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ଆଜି ୨ୟ ପର୍ୟ୍ୟାୟରେ ମତଦାନ ଜାରି ରହିଛି । ଏହି ପର୍ୟ୍ୟାୟରେ ୨୨ଟି ଆସନରେ ୯୨ପାର୍ଥିଙ୍କ ପାଇଁ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଇବୋବି ସିଂହ ମଧ୍ୟ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ଯାଏ ଚାଲିବ ବୋଲି ସୂଚନା ରହିଛି ।

ମଣିପୁରର ୩୮ ବିଧାନସଭା ଆସନରେ ସୋମବାର ମତଦାନ ହୋଇଥିଲା । ପ୍ରଥମ ପର୍ୟ୍ୟାୟରେ ୫ଟି ଜିଲ୍ଲାର ୩୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା । ମୋଟ ୭୮.୦୩ ପ୍ରତିଶତ ଭୋଟ ହୋଇଥିବା ବେଳେ ।ଙ୍ଗପୋକପିରେ ସର୍ବାଧିକ ୮୨.୯୭ ପ୍ରତିଶତ ଭୋଟିଂ ହୋଇଥିଲା । ପ୍ରଥମ ପର୍ୟ୍ୟାୟର ମତଦାନରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଭାଗ୍ୟ ଇଭିଏମ ଭିତରେ ବନ୍ଦ ରହିଛି । କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ମଣିପୁରରେ ଦ୍ୱିତୀୟ ପର୍ୟ୍ୟାୟରେ ଭୋଟିଂ ହେଉଛି । ଲୋକେ ସାମାଜିକ ଦୂରତାକୁ ରକ୍ଷା କରି ଭୋଟ ଦେଉଛନ୍ତି ।

Exit mobile version