ଗୁଳିମାଡରେ ଜଣେ ମୃତ, ଦୁଇ ଗୁରୁତର

(ଦ କୁଇଭର) : ଦିନ ଦ୍ୱିପହରେ ଦୁର୍ବୃତ୍ତଙ୍କ ହିଂସାକାଣ୍ଡ । ମା ଓ ପୁଅ ଗୁରୁତର, ବାପା ମୃତ । ଦୁର୍ବୃତ୍ତମାନେ ଘରେ ପଶି ଗୁଳିମାଡ଼ କରିଥିବା ଜଣାପଡିଛି। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବବକପୁର ଗାଁରେ ।

ମିଳିଥିବା ସୂଚନା ମୁତାବକ ଏହି ଗୁଳିକାଣ୍ଡରେ ଗୋଟିଏ ପରିବାରର ଜଣେ ମୃତ ଦୁଇ ଗୁରୁତର ହୋଇଛନ୍ତି । ଗୁଳି ମାରିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗାଁ ଲୋକେ କାବୁ କରିଛନ୍ତି । ଅଭିଯୁକ୍ତଙ୍କୁ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି ଗାଁ ଲୋକେ । ଏପଟେ ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ଏହି ଗୁଳି ମାଡ କାହିଁକି ଏବଂ କେଉଁ କାରଣରୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *