ଡିଜିଟାଲ ସୁନ୍ଦରୀଙ୍କ ପ୍ରତି ସାବଧାନ

Beauty Queen in Social Media

(ଦ କୁଇଭର): ସାବଧାନ! ସୋସିଆଲ ମିଡିଆରେ ମାତିଲେଣି ଡିଜିଟାଲ ସୁନ୍ଦରୀ । ତେଣୁ ସାଇବର ଅପରାଧୀଙ୍କ ଜାଲରେ ଫସିବା ପୂର୍ବ ହୋଇଯାଅନ୍ତୁ ସତର୍କ । ଆଜି ଓଡ଼ିଶା ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରି ସାଇବର ଠକଙ୍କଠାରୁ କିପରି ସତର୍କତା ଅବଲମ୍ବନ କରିବେ ସେ ନେଇ ବିଭିନ୍ନ ସୂଚନା ଦିଆଯାଇଛି । ରାଜ୍ୟରେ ସାଇବର ଲୁଟେରାଙ୍କ ଠକେଇ ଦିନକୁ ଦିନ ବଢିବାରୁ ଲୋକଙ୍କୁ ଆଲର୍ଟ କରୁଛି ପୋଲିସ ।

ପୋଲିସ ପକ୍ଷରୁ କୁହାଯାଇଛି ଯେ ଆପଣମାନେ ଅଶ୍ଳୀଳ ଭିଡିଓ ଚାଟ୍ ରୁ ଦୂରେଇ ରୁହନ୍ତୁ ନଚେତ୍ ଫେକ୍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡ଼ିଓ ଚାଟ୍ କରି ବ୍ଲାକମେଲିଂ ଜରିଆରେ ଆପଣଙ୍କଠୁ ଏମାନେ ଅନେକ ଟଙ୍କା ଲୁଟିନେଇ ପାରନ୍ତି । ଏଥିସହ ଅଜଣା ଲୋକଙ୍କ ଭିଡିଓ କଲ୍ ଉଠାନ୍ତୁ ନାହିଁ । ଲୋକଲଜ୍ୟା ଭୟରେ ଏମାନଙ୍କୁ ପ୍ରଶ୍ରୟ ଦିଆନ୍ତୁ ନାହିଁ । ଆପଣ କିମ୍ବା ଆପଣଙ୍କ ପ୍ରିୟଜନ ଏପରି ପରିସ୍ଥିତିର ସାମ୍ନା କଲେ, ସଙ୍ଗେ ସଙ୍ଗେ ପୋଲିସ ସହ ଯୋଗାଯୋଗ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

ତେଣୁ ଆପଣମାନେ ସାଇବର ଠକଙ୍କ ଏହି ନୂତନ କୌଶଳ ପ୍ରତି ସାବଧାନ ରୁହନ୍ତୁ । ସାଇବର ଠକେଇରେ ଏବେ କେବଳ ସାଧାରଣ ଲୋକେ ନୁହନ୍ତି, ପାଠୁଆ ଶିକ୍ଷିତ ଲୋକମାନେ ମଧ୍ୟ ଶିକାର ହେଉଛନ୍ତି । ତେବେ ଡିଜିଟାଲ ଲୁଟେରା ମାନଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଚ ସାମ୍ନା କରିବାକୁ ପଡୁଛି । ଏଭଳି ପରିସ୍ଥିତିରେ ଓଡିଶା ପୋଲିସ ରାଜ୍ୟବାସୀଙ୍କୁ ସତର୍କ କରାଇଛି ।

Leave a Reply

Your email address will not be published. Required fields are marked *