ଇସ୍ରାଏଲ ପ୍ରଧାନମନ୍ତ୍ରୀ ଅଟକାଇବେ ଯୁଦ୍ଧ! ପୁଟିନଙ୍କ ସହ ଅଢ଼େଇ ଘଣ୍ଟା କଲେ ଆଲୋଚନା

(ଦ କୁଇଭର ): ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ କରିଚାଲିଛି ଋଷ । ୧୧ଦିନ ବିତିଥିଲେ ମଧ୍ୟ ଯୁଦ୍ଧ ଥମିବାର ନା ନେଉନି । ଏପଟେ ଯୁଦ୍ଧ ବନ୍ଧ ପାଇଁ ଇସ୍ରାଇଲର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ୟମ । ସେ ଶନିବାର ରାତି ଅଚାନକ ମସ୍କୋ ପହଞ୍ଚିଥିଲେ ସେଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଅଢ଼େଇ ଘଣ୍ଟା କାଳ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି ବୋଲି ସୂଚନା ମିଳିଛି ।

ସୂଚନାଅନୁଯାଇ ଉଭୟ ନେତା ଋଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ । କିଛି ଦିନ ପୂର୍ବରୁ ଉଭୟ ନେତାଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲା । ତେବେ ଏହି କଥାବାର୍ତ୍ତାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଇସ୍ରାଏଲ ତୀବ୍ର ନିନ୍ଦା କରିଛି । ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ଅପିଲ କରିଛି ।

ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ଏଗାର ଦିନରେ ପହଞ୍ଚିଛି । ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱକୁ ପରମାଣୁ ଯୁଦ୍ଧ ପର୍ଯ୍ୟନ୍ତ ବି ଟାଣି ନେଇଥିଲା । ତେବେ ଆସନ୍ତାକାଲି ବେଲାରୁସରେ ଦୁଇଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ହେବ । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଯୁଦ୍ଧନୀତି ତଥା ମନୋମୁଖୀ କାର୍ଯ୍ୟକୁ ନିଜ ଦେଶରେ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *