ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ବୈଠକ: ନିଷ୍କର୍ସକୁ ବିଶ୍ୱର ନଜର

(ଦ କୁଇଭର): ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ଏଗାର ଦିନରେ ପହଞ୍ଚିଛି । ଯୁଦ୍ଧ ଉପରେ ରହିଛି ସାରା ବିଶ୍ୱର ନଜର । ଆସନ୍ତାକାଲି ପୁଣି ଥରେ ଉଭୟ ପକ୍ଷ ମଧ୍ୟରେ ଆଲାଚନା ହେବ ବୋଲି ସୂଚନା ମିଳିଛି । ବେଲାରୁସରେ ଦୁଇଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ହେବ ଏନେଇ ୟୁକ୍ରେନ୍ର ପ୍ରତିନିଧି ଡାଭ୍ୟାଡ ଆରଖାମିଆ ଶନିବାର କହିଛନ୍ତି ।

ପୂର୍ବରୁ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ଦୁଇ ପର୍ୟ୍ୟାୟ ଆଲୋଚନା ହୋଇଥିଲେ ବି କୌଣସି ସମାଧାନ ବାହାରି ପାରି ନାହିଁ । ତେଣୁ ଏହି ବୈଠକ ଉପରେ ସମସ୍ତଙ୍କର ନଜର ରହିବ । ଏହି ଆଲୋଚନାରେ କିଛି ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି । ଏସବୁ ଭିତରେ ପୁଟିନଙ୍କ ସହ ସିଧାସଳଖ ଆଲୋଚନା ଚାହାନ୍ତି ବୋଲି କହିସାରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି । ଏପଟେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟେଲିଫୋନରେ ତୃତୀୟ ପର୍ୟ୍ୟାୟ ଆଲୋଚନା ନେଇ ଜର୍ମାନ ଚାନ୍ସେଲର୍ ଓଲାଫ୍ ସ୍କୋଲଜଙ୍କ ସହ ଶୁକ୍ରବାର କଥା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *