ବଡ ଘୋଷଣା: ସରାକାରୀ ଫି’ ଦେଇ ବେସରକାରୀ କଲେଜରେ ପଢିପାରିବେ ଛାତ୍ରଛାତ୍ରୀ

Narendra Modi

(ଦ କୁଇଭର): ସରକାରୀ କଲେଜ ଗୁଡ଼ିକରେ ମେଡିକାଲ୍ ସିଟ୍ ଏବଂ ଘରୋଇ କଲେଜଗୁଡ଼ିକରେ ଆକାଶଛୁଆଁ ଫି’ ପାଇଁ ବିଦେଶ ଯାଉଛନ୍ତି ଛାତ୍ରଛାତ୍ରୀ । ତେଣୁ ଯୁଦ୍ଧଭୂମି ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ବେସରକାରୀ ମେଡିକାଲ୍ କଲେଜରେ ଲାଗୁ ହେବ ସରକାରୀ ଫି’ ।

ବେସରକାରୀ ମେଡିକାଲ୍ କଲେଜର ଅଧା ସିଟ୍ ପାଇଁ ଏହା ଲାଗୁ ହେବ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସରାକାରୀ ଫି’ ଦେଇ ବେସରକାରୀ କଲେଜରେ ପଢିପାରିବେ ଛାତ୍ରଛାତ୍ରୀ । ୫୦% ସିଟ ସରକାରୀ କଲେଜ ଫି’ ସହ ସମାନ ରହିବ । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *