ପୁଟିନଙ୍କ ନାଲିଆଖି: ଆତ୍ମସମର୍ପଣ ନକରିବା ପର୍ଯ୍ୟନ୍ତ ଛାଡ଼ିବୁନି

Russia and Ukraine War

(ଦ କୁଇଭର): ଆତ୍ମସମର୍ପଣ କର, ନଚେତ୍ ପରିସ୍ଥିତି ଭୟଙ୍କର ହେବ । କିଭ୍ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଆମେ ଛାଡ଼ିବୁନି । ୟୁକ୍ରେନ୍ କୁ ଏଭଳି ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନ୍ । କିଭ୍ କୁ ଏକ ପ୍ରକାର ଦଖଲ କରି ନେଇଥିବା ପୁଟିନ୍ ପୁଣି ଥରେ ଜେଲେନସ୍କିଙ୍କୁ ଧମକାଇଛନ୍ତି । ସେ କହିଛନ୍ତି, ଯୁଦ୍ଧ ହେଉ କିମ୍ବା ଆଲୋଚନା, ମୁଁ ମୋର ଲକ୍ଷ ହାସଲ କରିବି ।

ଯୁଦ୍ଧର ନିଆଁରେ ଜଳୁଛି ୟୁକ୍ରେନ୍ । ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଥିବା ବେଳେ ଏଯାଏଁ ୧.୫ ମିଲିୟନ ୟୁକ୍ରେନ୍ ନାଗରିକ ଦେଶ ଛାଡ଼ିଲେଣି । ଏହି ଯୁଦ୍ଧ ଫଳରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । କିନ୍ତୁ ପୁଟିନ୍ ନିଜ ଜିଦରେ ଅଟଳ । ଗୋଟିଏ ଲକ୍ଷ କିଭ୍ କୁ ଅକ୍ତିଆର କରିବେ। ଯେ ପର୍ଯ୍ୟନ୍ତ କିଭ୍ କୁ ଅକ୍ତିଆର କରିନାହାନ୍ତି, ସେ ପର୍ଯ୍ୟନ୍ତ ଚୁପ୍ ବସିବେ ନାହିଁ ପୁଟିନ୍ । ୟୁକ୍ରେନ୍ ଉପରେ ଲାଗତର ଗୁଳିଗୋଳା ବର୍ଷଣ ସହିତ ମିସାଇଲ ଆଟାକ୍ କରିଚାଲିଛି ଋଷ ।

ଏହାରି ଭିତରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ୱାର ଜୋନରେ ଫସିଥିବା ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯାଇଥିଲା । କିନ୍ତୁ ଅଧିକାଂଶ ନାଗରିକ ଯିବାକୁ ରାଜି ନ ହେବାରୁ ସ୍ଥାନାନ୍ତର ପ୍ରକ୍ରିୟା ଜଟିଳ ହୋଇଛି । ସେପଟେ ଯଦି ନାଟୋ ଏହି ମାମଲାରେ ହସ୍ତକ୍ଷେପ କରେ ତେବେ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ପୁଟିନ । ତେବେ ଆଗାମୀ ଦିନରେ ପୁଟିନଙ୍କ ଷ୍ଟ୍ରାଟେଜି କ’ଣ ହେଉଛି ତାହା ଉପରେ ସାରା ବିଶ୍ୱର ନଜର ।

Leave a Reply

Your email address will not be published. Required fields are marked *