ଜେଲେନସ୍କିଙ୍କୁ ଧନ୍ୟବାଦ ଦେଲେ ମୋଦୀ: ଜାଣନ୍ତୁ କାହିଁକି ?

Narendra Modi Praised to Zelenski

(ଦ କୁଇଭର): ଋଷ-ୟୁକ୍ରେନ ଯୁଦ୍ଧର ଦ୍ୱାଦଶ ଦିନରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ପରିସ୍ଥିତି ବିଷୟରେ ଫୋନରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଫୋନ୍ କଲ୍ ପ୍ରାୟ ୩୫ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଫୋନ୍ କଲ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଶଂସା କରିଛନ୍ତି।

ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ୟୁକ୍ରେନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ନାଗରିକମାନଙ୍କୁ ସୁମିରୁ ବାହାର କରିବା ପାଇଁ ଚାଲିଥିବା ପ୍ରୟାସରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ସରକାରଙ୍କ ନିରନ୍ତର ସମର୍ଥନ ଲୋଡ଼ିଛନ୍ତି।

ଯୁଦ୍ଧର ଏହି ପର୍ୟ୍ୟାୟରେ ଆସି ଜେଲେନସ୍କିଙ୍କ ସହ କଥା ହେବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏଥି ସହିତ ପ୍ରଧାନମନ୍ତ୍ରୀ ଆଜି ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ ମଧ୍ୟ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *