Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବାହା ବାହା ନେବେ ସରକାର, ବୋଝ ବୋହିବେ ସାଧାରଣ ଜନତା: କାହିଁକି ?

Why Operation Ganga by India Government

(ଦ କୁଇଭର): ଋଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ଚାଲିଛି ‘ଅପରେସନ ଗଙ୍ଗା’ । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ସରକାର ଆରମ୍ଭ କରିଛନ୍ତି ଏହି ସ୍ୱତନ୍ତ୍ର ଅପରେସନ । ନିଜ ପାଣ୍ଠିରୁ ଅର୍ଥ ବ୍ୟୟ କରି ସ୍ୱଦେଶ ଫେରାଇ ଆଣୁଛନ୍ତି ସରକାର । ଛାତ୍ରଛାତ୍ରୀଙ୍କ ପରିବାର ଆତ୍ମୀୟ ସ୍ୱଜନ ଏହାକୁ ସ୍ୱାଗତ କରୁଛନ୍ତି । ସ୍ୱାଗତ ବି କରାଯିବା ଆବଶ୍ୟକ । ହେଲେ ଏହି ପଦକ୍ଷେପକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । କାହିଁକି ଲୋକଙ୍କ ଟିକସ ଅର୍ଥରେ ଏହି ଅପରେସନ ଚାଲିଛି ?

ବିଦେଶରେ ପାଠ ପଢୁଥିବା ଛାତ୍ରଛାତ୍ରୀ କ’ଣ ଗରିବ? ବିପିଏଲ ବର୍ଗର କି? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଦେଶରେ ପଢୁଥିବା ଏହି ଛାତ୍ରଛାତ୍ରୀଙ୍କ ପରିବାର ବର୍ଗ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ପକେଟରୁ ଅର୍ଥ ବ୍ୟୟ କରୁନାହାନ୍ତି କାହିଁକି? ଏମାନଙ୍କ ପାଇଁ ଟିକସଦାତାଙ୍କ ଅର୍ଥ କାହିଁକି ବ୍ୟୟ ହେବ? ଟିକସଦାତାଙ୍କ ଅର୍ଥ ବିନିଯୋଗ କରି କାହିଁକି ବାହା ବାହା ନେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର? ସରକାରୀ ଦଳ ତାଙ୍କର ସାଂସଦ ବିଧାୟକଙ୍କ ଦରମାରୁ କାହିଁକି କଟାଯିବନି ଏହି ଅର୍ଥ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି ।

ଗୋଟିଏ ପଟେ ରାଜ୍ୟ ଓ ଦେଶ ଉପରେ ଅର୍ଥବୋଝ ବଢିବଢି ଚାଲିଛି । ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଋଣ ଆଣିବାକୁ ମଧ୍ୟ ପଡୁଛି । ସେପେଟ ଟିକସ ଅର୍ଥକୁ ଅପବ୍ୟୟ କରାଯାଉଛି । ଏଭଳି ଦୁର୍ଦ୍ଦିନ ସମୟରେ ଟିକସଦାତାଙ୍କ ଟଙ୍କାକୁ ଏଭଳି ଅପବ୍ୟୟ କେତେଦୂର ଠିକ୍, ତାହା ଆପଣ ଚିନ୍ତା କରନ୍ତୁ ।

Exit mobile version