ପାଲେଷ୍ଟାଇନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ

Indian People Dies in Palestine

(ଦ କୁଇଭର ): ପାଲେଷ୍ଟାଇନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ । ରବିବାର ପାଲେଷ୍ଟାଇନରେ ଥିବା ଭାରତୀୟ ଦୂତାବାସରୁ ହିଁ ଆର୍ୟ୍ୟଙ୍କ ମୃତଦେହ ମିଳିଛି । ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏନେଇ ଟ୍ୱିଟ କରି ସୂଚନା ଦେବା ସହ ଶୋକପ୍ରକାଶ କରିଛନ୍ତି । ଜୟଶଙ୍କର ଟୁଇଟ୍ କରି କହିଛନ୍ତି, ରମଲ୍ଲା ଠାରେ ଭାରତର ପ୍ରତିନିଧୀ ଶ୍ରୀ ମୁକୁଲ ଆର୍ୟ୍ୟଙ୍କ ଦେହାନ୍ତ ବିଷୟରେ ଜାଣିବା ପରେ ସେ ଅତ୍ୟନ୍ତ ଚକିତ ହୋଇଥିଲେ। ସେ ଜଣେ ଉଜ୍ଜ୍ୱଳ ତଥା ଦକ୍ଷ ଅଧିକାରୀ ଥିଲେ। ଏପଟେ ଶୋକପ୍ରକାଶ କରିବା ସହ ଜୟଶଙ୍କର ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା ଜଣାଇଛନ୍ତି ।

ସୂଚନାନୁସାରେ, ପାଲେଷ୍ଟାଇନର ରମଲ୍ଲାରେ ଥିବା ଭାରତୀୟ ଦୂତାବାସରେ ମୁକୁଲ ଆର୍ୟ୍ୟଙ୍କ ମୃତ୍ୟୁ ଘଟିଛି । ତେବେ ସେ କେଉଁ କାରଣରୁ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ମୁକୁଲଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଶୋକପ୍ରକାଶ କରିଛି । ଏହାସହ ସେ ମୁକୁଲଙ୍କୁ ଜଣେ ପ୍ରତିଭାଶାଳୀ ଅଧିକାରୀ କହିଛନ୍ତି ।

୨୦୦୮ ବ୍ୟାଚର ଆଇଏଫଏସ ଅଧିକାରୀ ମୁକୁଲ ଆର୍ୟ୍ୟ କେଉଁ କାରଣରୁ ପ୍ରାଣ ହରାଇଲେ ସେନେଇ ତଦନ୍ତ ଚାଲିଛି । ପାଲେଷ୍ଟାଇନ ସରକାର ମଧ୍ୟ ଏହାକୁ ମୃତ୍ୟୁକୁ ଆଶ୍ଚର୍ୟ୍ୟ ଓ ଦୁଃଖଦ କହିଛନ୍ତି । ଏପ୍ରସଙ୍ଗରେ ସେ ସମସ୍ତ ସହାୟତା ଯୋଗାଇବେ ବୋଲି ଆଶ୍ୱାସନା ଦେଇଛନ୍ତି ।

ମୁକୁଲ କାବୁଲ, ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ କାର୍ୟ୍ୟ କରିସାରିଛନ୍ତି । ସେ ୟୁଏନଏସସିରେ ମଧ୍ୟ ଭାରତର ସ୍ଥାୟୀ ପ୍ରତିନିଧିମଣ୍ଡଳରେ କାର୍ୟ୍ୟ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *