ଭୁବନେଶ୍ୱରରେ ୟୁକ୍ରେନ୍ ଫେରନ୍ତା

(ଦ କୁଇଭର): ସେପଟେ ଯୁଦ୍ଧ, ଏପଟେ ଅପରେସନ ଗଙ୍ଗା । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଚାଲିଛି ଏହି ଅପରେସନ । ଏହାରି ଭିତରେ ଭୁବନେଶ୍ୱରରେ ଏୟାରପୋର୍ଟରେ ପହଞ୍ଚିଲେ ୟୁକ୍ରେନ ଫେରନ୍ତା । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ଛାତ୍ରଛାତ୍ରୀ । ୟୁକ୍ରେନ ଫେରନ୍ତାଙ୍କୁ ନେଇ ଏହି ଦିଲ୍ଲୀରୁ ଆସିଲା ସ୍ୱତନ୍ତ୍ର ବିମାନ ।

ମୋଟ ୭୭ ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଛାତ୍ରଛାତ୍ରୀଙ୍କୁ ବିମାନ ବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କ ସହ କଥା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *