Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପୌର ନିର୍ବାଚନରେ ରହିବନି କୋଭିଡ କଟକଣା

Municipality Election in Bhubaneswar, Odisha

(ଦ କୁଇଭର): ପୌର ନିର୍ବାଚନରେ ରହିବନି କରୋନା କଟକଣା । ପୌର ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ଏହାକୁ ନେଇ ଆସିଛି ବଡ଼ ଖବର । ରାଜ୍ୟରେ ମୋଟ ୧୮୯୯ଟି ୱାର୍ଡରେ ହେବ ପୌର ନିର୍ବାଚନ । ୪୪୭୫ ବୁଥରେ ଭୋଟ୍ ଦେବେ ୪୨ ଲକ୍ଷ ଭୋଟର । ତେବେ ଚଳିତ ବର୍ଷ ମଧ୍ୟ ଇଭିଏମରେ ଭୋଟ୍ ପଡ଼ିବ । ପ୍ରତି ବୁଥରେ ଦୁଇଟି ଇଭିଏମ ରହିବ ।

ସେପଟେ ଇଭିଏମକୁ ସୁରକ୍ଷିତ ରଖିବା ପାଇଁ ୩ଟି ଷ୍ଟ୍ରଙ୍ଗରୁମ ସିସିଟିଭି ନଜରରେ ରହିବ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ପୌର ନିର୍ବାଚନରେ ରହିବନି କୋଭିଡ କଟକଣା । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ଥିତି ଦେଖି ନିୟମର ପରିବର୍ତ୍ତନ କରାଯାଇପାରିବ । ଏନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ମିଳିଛି ।

Exit mobile version