ବଜେଟ୍ ଅଧିବେଶନରୁ ବାଦ୍ ପଡିବେ ୩ ବିଜେପି ବିଧାୟକ

Political People of India

(ଦ କୁଇଭର): ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ୩ଜଣ ବିଧାୟକ । ତେଲେଙ୍ଗାନା ବିଧାନସଭା ବାଚସ୍ପତି ପୋଖରାମ ଶ୍ରୀନିବାସ ରେଡ୍ଡୀ ସୋମବାର ଦିନ ବିଜେପିର ତିନିଜଣ ବିଧାୟକ ଟି ରାଜା ସିଂ, ଏମ ରଘୁନନ୍ଦ ରାଓ ଏବଂ ଏଟେଲା ରାଜେନ୍ଦ୍ରଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି । ତେଲେଙ୍ଗାନାର ବଜେଟ୍ ଅଧିବେଶନ ଶେଷ ନହେବା ପର୍ୟ୍ୟନ୍ତ ବିଧାୟକମାନେ ନିଲମ୍ବିତ ହେବେ ବୋଲି ବାଚସ୍ପତି ଘୋଷଣା କରିଛନ୍ତି । ନିଲମ୍ବିତ ହୋଇଥିବା ବିଜେପି ବିଧାୟକମାନେ ଏହାର ପ୍ରତିବାଦରେ ଧାରଣା ଦେଇଛନ୍ତି ।

ପରମ୍ପରାନୁସାରେ, ବଜେଟ୍ ଅଧିବେଶନ ପ୍ରାରମ୍ଭରେ ରହୁଥିବା ରାଜ୍ୟପାଳଙ୍କ ଅଭିଭାଷଣ ରଖି ନ ଥିବାରୁ ୩ ‘ବିଜେପି’ ବିଧାୟକ ବଜେଟ୍ ଏବଂ ଶାସକ ଦଳ ବିରୋଧରେ ପ୍ରତିବାଦ ଆୟୋଜନ କରିବାକୁ ବାହାରିଥିଲେ। ତେବେ ରାଜ୍ୟପାଳଙ୍କ ବିବୃତ୍ତିରେ କୁହାଯାଇଛି ଯେ ଯଦି ପାଞ୍ଚ ମାସ ପରେ ବିଧାନସଭା ଅଧିବେଶନ ହୁଏ, ତେବେ ଏହାକୁ ଏକ ନୂତନ ଅଧିବେଶନ ଭାବରେ ବିବେଚନା କରାଯିବ।

ତେଲେଙ୍ଗାନାରେ ବିରୋଧୀ ବିଜେପି ଏବଂ କଂଗ୍ରେସ ଏହି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟର ସାମ୍ବିଧାନିକ ଅଭିଭାବକଙ୍କ ପ୍ରତି ଟିଆରଏସ ସରକାର ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବାଚସ୍ପତି ପୋଖରାମ ଶ୍ରୀନିବାସ ଏକପାଖିଆ ଭାବରେ ଗୃହ ଚଳାଉଛନ୍ତି ଏବଂ ନିୟମକୁ ଖଣ୍ଡନ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଧାନସଭାରେ ବିରୋଧୀଙ୍କୁ ମାଇକ ଦିଆଯାଉ ନାହିଁ।

Leave a Reply

Your email address will not be published. Required fields are marked *