ଯୁଦ୍ଧ ବଢାଇଲା ତୈଳ ଦର: ଚିନ୍ତାରେ ଖାଉଟି

Petrol Price Hike in India

(ଦ କୁଇଭର): ତୈଳ ଦରରେ ଲାଗିଲା ନିଆଁ । ମୁଣ୍ଡରେ ହାତ ଦେଲେଣି ସାଧାରଣ ଜନତା । ମହାଯୁଦ୍ଧ ସାଙ୍ଗରେ ତାଳଦେଇ ବଢିଚାଲିଛି ତୈଳ ଦର । ଅର୍ନ୍ତଜାତୀୟ ସ୍ତରରେ ଆକାଶ ଛୁଆ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ । ରେକର୍ଡସ୍ତରରେ ପହଞ୍ଚିଲାଣି ଅଶୋଧିତ ତୈଳଦର । ଦିନକୁ ଦିନ ମହଙ୍ଗା ହେବ ପେଟ୍ରୋଲ, ଡିଜେଲ, ଇନ୍ଦନ ଆଉ ଏଲପିଜି ।

ଅର୍ନ୍ତଜାତୀୟ ବଜାରରେ ତୈଳଦରର ଅହେତୁକ ବୃଦ୍ଧି ପରେ ଦେଶରେ ପଡିପାରେ ଏହାର ପ୍ରଭାବ । ଅର୍ନ୍ତଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୩୦ ଡଲାରରେ ପହଞ୍ଚିଛି। ୧୪ ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ୱ ବଜାରରେ ତୈଳ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଅଭାବ ଦେଖାଦେଇଛି। ଏହି କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୧୩୦.୩ ଡଲାରରେ ପହଁଚିଛି।

ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ପୁଣି ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବାରୁ ପେଟ୍ରୋଲ ଡିଜେଲ ଦର ଆହୁରି ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ଏବେ ଦେଶରେ ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି । ତେବେ ଏହା ସ୍ଥିତି କମ୍ ଦିନ ପର୍ୟ୍ୟନ୍ତ ବଜାୟ ରହିପାରେ ବୋଲି ଆଶା କରାଯାଉଛି। ତେବେ ରେକର୍ଡସ୍ତରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାରୁ ଆସନ୍ତା ସପ୍ତାହରେ ତୈଳ ଦରରେ ବଡ ଧରଣର ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି। ମାର୍ଚ୍ଚ ୧୦ ପରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇପାରେ । କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ ଇନ୍ଧନ ଓ ଏଲପିଜିର ଦର ମଧ୍ୟ ଅହେତୁକ ବଢିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *