ପୁଣି ବିଫଳ ତୃତୀୟ ପର୍ଯ୍ୟାୟ ବୈଠକ

(ଦ କୁଇଭର): ପୁଣି ବିଫଳ ହେଲା ତୃତୀୟ ପର୍ଯ୍ୟାୟ ଆଲୋଚନା । ଗୋଟିଏ ପଟେ ଯୁଦ୍ଧ ଆଉ ଗୋଟିଏ ପଟେ ଲଗାତାର ଆଲୋଚନା ।ହେଲେ ଯୁଦ୍ଧ ବନ୍ଦ ପାଇଁ ଫିଟୁନି ବାଟ । ଗତକାଲି ତୃତୀୟ ପର୍ୟ୍ୟାୟ ପାଖାପାଖି ୩ ଘଂଟା ଧରି ଚାଲିଥିଲା । ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଏହାରି ଭିତରେ ମାର୍ଚ୍ଚ ୧୦ରେ ତୁର୍କୀରେ ବୈଠକ ବସିବ ବୋଲି ଜଣାପଡିଛି । ତେବେ ଏପର୍ୟ୍ୟନ୍ତ ୩ଟି ପର୍ୟ୍ୟାୟରେ ଆଲୋଚନା ସଫଳ ହୋଇ ନଥିବାରୁ ଆଗାମୀ ଦିନରେ ଯୁଦ୍ଧ ଅତି ଭୟଙ୍କର ନ ହେବ, ତାହା କହିହେବ ନାହିଁ । ଯୁଦ୍ଧ ସମୟରେ ରୁଷୀୟ ମେଜର ଜେନେରାଲ ଭିଟାଲି କେରାସିମୋଭଙ୍କ ଖାରକିଭ୍ରେ ମୃତ୍ୟୁ ହୋଇଥିବା ଗଣମାଧ୍ୟମ ରିପୋର୍ଟ କରିଛି ।

Leave a Reply

Your email address will not be published. Required fields are marked *