Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପୌର ନିର୍ବାଚନ ପାଇଁ ପରୀକ୍ଷା ବନ୍ଦ

(ଦ କୁଇଭର): ପୌର ନିର୍ବାଚନ ପାଇଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବନ୍ଦ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ଏ ନେଇ ରାଜ୍ୟନିର୍ବାଚନ କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ବନ୍ଦ ହେବ ବୋଲି ନିଷ୍ପତି ନିଆଯାଇଛି ।

ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହେବାକୁ ଥିବା ପରୀକ୍ଷା ବନ୍ଦ ରହିବ ଏନେଇ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚଶିକ୍ଷା ବିଭାଗ । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ପଡିବ ଭୋଟ । ତେଣୁ ଏହି ନିର୍ବାଚନ ପାଇଁ କଲେଜ ଗୁଡିକରେ ବୁଥ୍ ହେଉଥିବାରୁ ପରୀକ୍ଷା ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।

Exit mobile version