ସୁମି ବିଶ୍ୱବିଦ୍ୟାଳରେ ଫସି ରହିଛନ୍ତି ୭୫୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ

(ଦ କୁଇଭର): ଋଷ-ୟୁକ୍ରେନ ଯୁଦ୍ଧ ବିଭୀଷିକାରେ ଫସିରହିଛନ୍ତି ଅନେକ ଭାରତୀୟ । ମିଳିଥିବା ସୂଚନାନୁସାରେ ୟୁକ୍ରେନର ସୁମି ଷ୍ଟେଟ ୟୁନିଭରସିଟିରେ ୭୫୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଫସିରହିଛନ୍ତି । ଆଜି ସେମାନଙ୍କୁ ସକାଳ ୫ଟାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଛାତ୍ରଛାତ୍ରୀମାନଙ୍କ ସହ ରେଡକ୍ରସ ଏବଂ ଭାରତୀୟ ଦୂତାବାସର ଅଧିକାରୀମାନେ ଥିବା ଜଣାପଡ଼ିଛି। ମାନବୀୟ କରିଡର ନିର୍ମାଣ ହୋଇପାରୁନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରୁନଥିଲା। ହେଲେ ଏବେ ନିରାପଦ କରିଡର ନିର୍ମାଣ ସହ ସେମାନଙ୍କୁ ସ୍ଥାନାନ୍ତର କରାଯାଉଥିବା ନେଇ ସୂଚନା ମିଳିଛି। ଦୂତାବାସର ନିର୍ଦ୍ଦେଶ ଅନୁଯାୟୀ ଛାତ୍ରମାନଙ୍କୁ ଭିଡିଓଗ୍ରାଫି କରିବାକୁ ଅନୁମତି ଦିଆଯାଇ ନାହିଁ ।

https://twitter.com/nexta_tv/status/1501112553426112514?s=20&t=j6bFEM1sR_mPg2MAW9Ed7A

ଭାରତୀୟ ଛାତ୍ରମାନେ ଏହା ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ବୋମା ବିସ୍ଫୋରଣ ମଧ୍ୟରେ ପାଦରେ ପହଞ୍ଚିବା ସେମାନଙ୍କ ପାଇଁ ବିପଦଜନକ ହେବ ବୋଲି ସରକାରକୁ ନିବେଦନ କରିଥିଲେ । ଏହା ପରେ ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ଆଜି ସେମାନଙ୍କ ସ୍ତାନାନ୍ତର ପ୍ରକିୟା ଜାରିରହିଛି ।

ସୂଚନାନୁସାରେ, ସୋମରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ବସ୍ ଖୁବ୍ ଶୀଘ୍ର ଛାଡିବ। ବିଚଳିତ ଭାରତୀୟ ଛାତ୍ରମାନଙ୍କୁ ରୋମାନିଆ ସୀମା ଦେଇ ସ୍ଥାନାନ୍ତର କରାଯିବ ଏବଂ ଆସନ୍ତାକାଲି ଛାତ୍ରମାନେ ଅପରେସନ୍ ଗଙ୍ଗା ବିମାନ ଦ୍ୱାରା ଭାରତ ଫେରିଯିବେ ବୋଲି ସୂଚନା ମିଳିଛି । ଏନେଇ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି କି ସମସ୍ତ ଭାରତୀୟ ଛାତ୍ରଙ୍କୁ ଏକ ବସ ସହାୟତାରେ ପୋଲାଣ୍ଡ ଅଣାଯାଉଛି ।

ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନରେ ଫସି ରହିଥିବା ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ‘ଅପରେସନ୍ ଗଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ଅପରେସନ୍ ଗଙ୍ଗା ଅଧୀନରେ ୨,୧୩୫ ଭାରତୀୟଙ୍କୁ ରବିବାର ଦିନ ପଡୋଶୀ ଦେଶରୁ ୧୧ ଟି ସ୍ୱତନ୍ତ୍ର ବିମାନ ଦ୍ୱାରା ଆଣାଯାଇଥିଲା । ଏହା ସହିତ ଫେବୃଆରୀ ୨୨, ୨୦୨୨ ରେ ସ୍ୱତନ୍ତ୍ର ବିମାନ ଉଡ଼ାଣ ଆରମ୍ଭ ହେବା ପରଠାରୁ ୧୫,୯୦୦ ରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି।

Leave a Reply

Your email address will not be published. Required fields are marked *