Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

NMA ନାଁରେ ଭୂଆଁ ବୁଲାଉଛନ୍ତି ସରକାର

(ଦ କୁଇଭର): ଏନଏମଏ ନାଁରେ ଭୂଆଁ ବୁଲାଉଛି ପ୍ରଶାସନ । ଭକ୍ତଙ୍କୁ ଅନ୍ଧାରରେ ରଖି ବାହା ବାହା ନେବା ପାଇଁ ବଡ଼ ଦେଉଳକୁ ବିପଦ ଆଡକୁ ଟାଣିବାକୁ ପଛାଉ ନାହାନ୍ତି ସରକାର । ଶ୍ରୀଜଗନ୍ନାଥ ଐତିହ କରିଡର କାମରେ ସରକାରଙ୍କ ମନମାନୀ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । କେବଳ ଏଏସଆଇ ନୁହେଁ ଏନଏମଏ ନାଁରେ ମଧ୍ୟ ଭୂଆଁ ବୁଲାଉଛି ସ୍ଥାନୀୟ ପ୍ରଶାସନ । ଜାତୀୟ କିର୍ତ୍ତିରାଜୀ କତ୍ତୃପକ୍ଷ ବା ଏନଏମଏ । ଏନଏମଏର ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ଅନୁମୋଦନ ପାଇଁ ୨୦୨୧ ଜୁନ୍, ଜୁଲାଇରେ ଏନଏମଏ ପାଖରେ ଆବେଦନ କରିଥିଲେ ସରକାର । ଏବଂ ଏନଏମଏର ବୋର୍ଡ ମିଟିଂଙ୍ଗରେ ଏହାକୁ ଅନୁମୋଦନ କରାଯାଇଥିଲା । କିନ୍ତୁ ସରକାର ଦେଇଥିବା ଏହି ପ୍ରକଳ୍ପର କିଛି ପ୍ରକଳ୍ପ ପ୍ରୋହିବିଟେଡ ଏରିଆରେ ରହିଛି । ଏହି ପ୍ରେହିବିଟେଡ ଏରିଆର ପ୍ରକଳ୍ପକୁ ଅନୁମତି ଦେବାକୁ ଏନଏମଏ ପାଖରେ କ୍ଷମତା ନାହିଁ । ଯେଉଁଥିପାଇଁ ଏହି ପ୍ରକଳ୍ପକୁ ନାକଚ କରିଥିଲା ଏନଏମଏ । ଏବଂ ରେଗୁଲେଟେଡ ଜୋନକୁ ବାଦ୍ ଦେଇ ନୂଆ ପ୍ରକଳ୍ପ ପାଇଁ ସାନି ଆବେଦନ କରିବାକୁ କୁହାଯାଇଥିଲା । ପରେ ସରକାରଙ୍କ ପକ୍ଷରୁ ନୂଆ ପ୍ରକଳ୍ପ ଆବେଦନ କରାଯାଇଥିଲା କିନ୍ତୁ ତାହା ଏପର୍ଯ୍ୟନ୍ତ ଅନୁମୋଦିତ ହୋଇନାହିଁ ।

ତେବେ ଏଠାରେ ଜାଣି ରଖିବା ଉଚିତ ଯେ, ପ୍ରଟେକ୍ଟେଡ ଏରିଆ କାହାକୁ କୁହାଯାଏ? ଶ୍ରୀମନ୍ଦିର ଠାରୁ ମେଘନାଦ ପ୍ରାଚୀର ହେଉଛି ସଂରକ୍ଷିତ କିର୍ତ୍ତିରୀାଜିମେଘନାଦ ପ୍ରାଚୀର ଠାରୁ ୧୦୦ ମିଟର ଏରିଆ ହେଉଛି ପ୍ରୋଟେକ୍ଟେଡ ଏରିଆ । ଅର୍ଥାତ୍ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ । ଯଦି କରାଯାଏ ତାହା ଏଏସଆଇ ର ଅନୁମୋଦନ କ୍ରମେ କରାଯିବ । ଏବଂ ଯେଉଁଠି ପ୍ରେଟେକ୍ଟେଡ ଏରିଆ ସରୁଛି ସେଠାରୁ ରେଗୁଲେଟେଡ ଏରିଆ ଆରମ୍ଭ ହେଉଛି । ଯେଉଁଠାରେ ଏନଏମଏର ଅନୁମତି କ୍ରମେ କୌଣସି କାର୍ଯ୍ୟ କରାଯାଇପାରିବ ।

କିନ୍ତୁ ସରକାର ଦେଇଥିବା ଏହି ପ୍ରକଳ୍ପ ପ୍ରେଟେକ୍ଟେଡ ଏରିଆରେ ଆସୁଛି । ଯାହା ଏସଏସଆଇର ଅନୁମୋଦନ କ୍ରମେ କରାଯାଇପାରିବ । ଏ ବିଷୟରେ ଆମେ ଏନଏମଏର ଏନଓସି ସେଲ ସହ ଯୋଗାଯୋଗ କରିବାକୁ ସେ କହିଥିଲେ ଯେ, ଆମ ପାଖକୁ ଯେଉଁ ପ୍ରୋଜେକ୍ଟ ଆସିଥିଲା, ତାହା ପ୍ରେଟେକ୍ଟଡ ଏରିଆରେ ଆସୁଥିବାରୁ ଏହାକୁ ଆମର କ୍ଷମତା ବାହାରେ ଥିଲା । କିନ୍ତୁ ଜିଳ୍ଲାପାଳ କହୁଛନ୍ତି ଆମ ପାଖରେ ଏନଏମଏର ଅନୁମତି ଅଛି? ତାହେଲେ ଏଠାରେ ସତ କହୁଛି ଠିକ୍? ଏନଏମଏ ନା ଜିଲ୍ଲାପାଳ? କାହିଁକି ଶ୍ରୀମନ୍ଦିରକୁ ବିପଦରେ ପକାଇ ବାହା ବାହା ନେବାକୁ ଚାହୁଁଛନ୍ତି ସରକାର? ଏହି ଘଟଣାର ଟିକନିକ ସତ୍ୟ ଆମେ ଆପଣଙ୍କ ପାଖରେ ପହଞ୍ଚାଇବୁ, ଆଗାମୀ ରିପୋର୍ଟରେ ଆସନ୍ତାକାଲି ଖୋଲିବୁ ଆଉ କିଛି ରହସ୍ୟ ।

Exit mobile version