Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମହିଳାଙ୍କ ପାଇଁ କାହିଁକି ଦିନ ଟିଏ ?

(ଦ କୁଇଭର): ଆଜି ବିଶ୍ୱ ମହିଳା ଦିବସ, ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ ଆଜିର ଏହି ଦିନ । ସାମ୍ପ୍ରତିକ ପରିସ୍ଥିତିରେ ମହିଳାମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜିର ନାରୀ ଏବେ ସମସ୍ତଙ୍କ ଉପରେ ଭାରୀ ପଡୁଛନ୍ତି । ନିଜ କାର୍ଯ୍ୟ ଏବଂ ଦକ୍ଷତା ବଳରେ ଏବେ ନାରୀ ସବୁଠୁ ଆଗରେ । ହଳ ଚଳାଇବା ଠାରୁ ଆରମ୍ଭ କରି ବିମାନ ଉଡାଣ ପର୍ଯ୍ୟନ୍ତ କେଉଁ ଥିରେ ଆଉ କମ୍ ନୁହଁନ୍ତି ନାରୀ । ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପ୍ରମାଣ କରି ଦେଖାଇଛି ଯେ ସେ ଅବଳା ଦୁର୍ବଳା ନୁହେଁ ।

ତେବେ କାହିଁକି ଏହି ବିଶ୍ୱ ମହିଳା ଦିବସ ? ଗୋଟିଏ ଦିନ କାହିଁକି ପାଳନ କରାଯାଉଛି ମହିଳା ଦିବସ ? ଯଦି ସବୁ କ୍ଷେତ୍ରରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି, ତେବେ ମହିଳାମାନଙ୍କ ପାଇଁ ଏହି ଗୋଟିଏ ଦିନ କାହିଁକି ? ଗୋଟିଏ ଦିନ ମହିଳା ଦିବସ ପାଳନ କରି ଅନ୍ୟ ସବୁ ଦିନ ନିର୍ଜାତନା ଦେବାର ଅର୍ଥ କ’ଣ ? ମହିଳା ଦିବସ କ’ଣ କେବଳ ଗୋଟିଏ ଦିନ ପାଇଁ ?

ଆଜିର ମହିଳାମାନେ ଭାବପ୍ରବଣ, ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ଶକ୍ତିଶାଳୀ ହୋଇଛନ୍ତି । ସେ କେବଳ ପରିବାରର, ମା, ପତ୍ନୀ କିମ୍ବା ବୋହୂ ନୁହଁ ବରଂ ଦେଶ ତଥା ସମାଜର ରକ୍ଷକ ହୋଇପାରିଛନ୍ତି । ପରିବାର ସହ ନିଜ ଚାକିରୀ କ୍ଷେତ୍ରରେ ନିଜ ଦକ୍ଷତାକୁ ପ୍ରତିବାଦିତ କରିଛନ୍ତି ।

ସେହି ଭଳି ଏକ ମହିଳା ହେଇଛନ୍ତି ପୁଣିତା ଆରୋରା, ସେ ଥିଲେ ଭାରତର ପ୍ରଥମ ମହିଳା ଲେଫ୍ଟନାଣ୍ଟ ଜେଲେରାଲ୍, କେବଳ ପୁଣିତା ଆରୋରା ନୁହେଁ ପଦ୍ମାବତୀ ବ୍ୟାଣ୍ଡୋପାଧ୍ୟାୟ, ଗୁଞ୍ଜନ ସାକ୍ସେନାଙ୍କଭଳି ଅନେକ ମହିଳା ଏବେ ସବୁ କ୍ଷେତ୍ରେର ଆଗରେ । ବର୍ତ୍ତମାନ ସମାଜରେ ବର୍ତ୍ତମାନ ନାରୀଙ୍କୁ ନେଇ ଦୃଷ୍ଟିଭଙ୍ଗି ବଦଳିଛି । କିନ୍ତୁ ଏବେ ବି କିଛି ସମସ୍ୟା ରହିଛି, ସେ କନ୍ୟାଭ୍ରୁଣ ହତ୍ୟା ହେଉ ବା ଯୌତୁକ ଜନିତ ହତ୍ୟା ହେଉ ବା ଦୁଷ୍କର୍ମ ଜନିତ ନିର୍ଯ୍ୟାତନା ହେଉ ଏହି ସବୁକୁ ଏଡାଇ ଲୋକଙ୍କୁ ସଚେତନ କରିବା ପାଇଁ ଓ ନାରୀର ଅଧିକାରକୁ ଫେରାଇବା ପାଇଁ ଚେଷ୍ଟା କରିବା ଉଚିତ୍ ।

ପୁରୁଷ ସ୍ତ୍ରୀ ମଧ୍ୟରେ ଚିରକାଳରୁ ରହି ଆସୁଥିବା ଲିଙ୍ଗ ଭିର୍ତ୍ତିକ ଭେଦଭାବର ସଫଳ ମୂଳୋତ୍ପାଟନ କରିବା ତଥା ସମାନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ । ତେବେ ସବୁ ପରେ ବି ଗୋଟିଏ ଦିନରେ ଏହି ମହିଳାମାନଙ୍କ ସମ୍ମାନକୁ ସୀମିତ ନ ରଖି ଯେଉଁ ଦିନ ସବୁ ଦିନ ପାଇଁ ମହିଳାମାନଙ୍କୁ ସମ୍ମାନ ମିଳିବ, ତାହା ହିଁ ହେବ ମହିଳା ଦିବସର ପ୍ରକୃତ ଅର୍ଥ ।

Exit mobile version