ବଜାରରେ ବିସ୍ଫୋରଣ: ଜଣେ ମୃତ, ୧୩ଆହତ

(ଦ କୁଇଭର): ବୁଧବାର ଜାମ୍ମୁ କାଶ୍ମୀରର ଉଧମପୁର ସଲାଥିଆ ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ । ଏକ ବ୍ୟସ୍ତବହୁଳ ବଜାରରେ ବିସ୍ଫୋରଣ ହେତୁ ଜଣଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଛନ୍ତି। ସାଲାଥିଆ ବଜାରରେ ଘଟିଥିବା ବିସ୍ଫୋରଣର ପ୍ରକୃତ କାରଣ ବର୍ତ୍ତମାନସୁଦ୍ଧା ଜଣାପଡିନାହିଁ ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଉଧମପୁର ଡକ୍ଟର କେ ଡୋଗ୍ରା କହିଛନ୍ତି ଯେ ପ୍ରାୟ ୧୩ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବରିଷ୍ଠ ପୋଲିସ ଅଧୀକ୍ଷକ (ଉଦାମପୁର) ବିନୋଦ କୁମାର କହିଛନ୍ତି ଯେ ଆମେ ସବୁ କୋଣ ଅନୁଧ୍ୟାନ କରୁଛୁ ଏବଂ ଏହା କେଉଁ ପ୍ରକାର ବିସ୍ଫୋରଣ ହୋଇଛି ତାହା ଅନୁସନ୍ଧାନ କରୁଛୁ ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପରିବା ବିକାଳି ଏକ ଷ୍ଟଲ୍ରେ ଏହି ବିସ୍ଫୋରଣ ହୋଇଛି । ଏପଟେ କେନ୍ଦ୍ର ମନ୍ତ୍ରୀ ତଥା ଉଧମପୁରର ସାଂସଦ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, “ଉଧମପୁରର ତହସିଲଦାର କାର୍ୟ୍ୟାଳୟ ନିକଟରେ‘ ରେହରୀ’ରେ ବିସ୍ଫୋରଣ ଘଟିଛି । ଜଣେ ମୃତ୍ୟୁ, ୧୩ ଜଣ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦାରଖ ଆରମ୍ଭ କରିଛି । ବିସ୍ଫୋରଣର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *