Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

‘ଅପରେସନ ଗଙ୍ଗା’ରେ ପାକିସ୍ତାନୀ: ଉଦ୍ଧାର ପାଇଁ ମୋଦୀଙ୍କୁ ଦେଲେ ଧନ୍ୟବାଦ

(ଦ କୁଇଭର): ୱାର୍ ଜୋନରେ ଫସିଥିଲେ ପାକିସ୍ତାନ ନାଗରିକ । ସୁରକ୍ଷିତ ଉଦ୍ଧାର କଲା ଅପରେସନ ଗଙ୍ଗା । ପାକିସ୍ତାନ ନାଗରିକଙ୍କୁ ସାହା ହେଲା ତ୍ରିରଙ୍ଗା। ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଚଳାଇଛନ୍ତି ଅପରେସନ ଗଙ୍ଗା । ଯାହା ଦ୍ୱାରା ଅନେକ ଛାତ୍ରଛାତ୍ରୀ ବିନା ଖର୍ଚ୍ଚରେ ସୁରକ୍ଷିତ ଭାବେ ସ୍ୱଦେଶ ଫେରୁଛନ୍ତି । କିନ୍ତୁ ଏହି ଅପରେସନରେ ଅନେକ ପାକିସ୍ତାନ ନାଗରିକ ସ୍ୱଦେଶ ଫେରୁଥିବା ଦେଖିବାକୁ ମିଳିଛି । ଏଥିରେ ଜଣେ ପାକିସ୍ତାନୀ ମହିଳା ୟୁକ୍ରେନରୁ ନିରାପଦ ସ୍ଥାନାନ୍ତର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହିଳା ଜଣକ କହିଛନ୍ତି, ଆମକୁ ନିରାପଦରେ ବାହାରକୁ ନେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ନିଜକୁ ପାକିସ୍ତାନୀ ମହିଳା ବୋଲି ବର୍ଣ୍ଣନା କରିଛନ୍ତି। ଏବଂ ଭିଡିଓରେ କହିଛନ୍ତି ମୋର ନାଁ ଆସମା ସରିଫ। କିଭରେ ଥିବା ଭାରତୀୟ ଦୂତାବାସ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଧନ୍ୟବାଦ ଦେଉଛି ଏବଂ ଆମକୁ ନିରାପଦରେ ଏଠାରୁ ବାହାରକୁ ଆଣିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଫସି ରହିଥିଲେ ଏବଂ ଭାରତୀୟ ଅଧିକାରୀମାନେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କୁ ନିରାପଦରେ ସେଠାରୁ ବାହାର କରିଦେଇଥିଲେ । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନେକ ଧନ୍ୟବାଦ । ୟୁକ୍ରେନର ଖରାପ ପରିବେଶକୁ ଦୃଷ୍ଟିରେ ରଖି ଭାରତ ଅପରେସନ୍ ଗଙ୍ଗା ଅଭିଯାନ ଆରମ୍ଭ କରିଛି, ଯାହା ଅଧୀନରେ ଏପର୍ୟ୍ୟନ୍ତ ୧୮ ହଜାରରୁ ଅଧିକ ଲୋକଙ୍କୁ ନିଜ ଦେଶକୁ ଅଣାଯାଇଛି। ଏହାରି ଭିତରେ ଭାରତର ମାନବତାକୁ ଦେଖୁଛି ସାରା ବିଶ୍ୱ । କାହିଁକି ନା ବିପଦ ସମୟରେ କେବଳ ଭାରତ ହେଉଛି ଗୋଟିଏ ଦେଶ, ଯିଏ ବିନା ସ୍ୱାର୍ଥରେ ସହଯୋଗରେ ହାତ ବଢାଇଥାଏ ।

Exit mobile version