Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଋଷିଆର ଦ୍ୱିତୀୟ ସେନାଧିକାରୀ ନିହତ

(ଦ କୁଇଭର): ଋଷକୁ ୟୁକ୍ରେନର କଡା ଜବାବ । ଦୁଇ ଦିନରେ ୨ ବଡ ଅଧିକାରୀଙ୍କୁ ନିହତ କରାଯାଇଛି ବୋଲି ଦାବି କରିଛି ୟୁକ୍ରେନ୍ । ଋଷର ଭୋଲଗୋଗ୍ରାଡ ରେଜିମେଣ୍ଟର ଲେଫ୍ଟନାଣ୍ଟ କର୍ଣ୍ଣେଲ ୟୁରୀ ଅଗାର୍କୋଭଙ୍କୁ ୟୁକ୍ରେନ୍ ନିହତ କରିଥାବା ଜଣାପଡିଛି । ତାଙ୍କ ପୂର୍ବରୁ ରୁଷିଆ ସେନାର ଡେପୁଟି କମାଣ୍ଡର ମେଜର ଜେନେରାଲ ଭିଟାଲୀ ଜେରାସିମୋଭ ଖାର୍କିଭ ଯୁଦ୍ଧରେ ନିହତ ହୋଇଥିଲେ ।

ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି ଅନୁସାରେ ଖାର୍କିଭ୍ ଉପରେ ଆକ୍ରମଣର ନେତୃତ୍ବ ନେଉଥିବା ରୁଷିଆ ସେନାର ୪୧ତମ ବାଟାଲିୟନ ମୁଖ୍ୟ ମେଜର ଜେନେରାଲ ଭିଟାଲି ଜେରାସିମୋଭଙ୍କୁ ନିହତ କରିଥିଲେ ୟୁକ୍ରେନ ସୈନ୍ୟ । ତାଙ୍କ ସହ ଆଉ କିଛି ରୁଷିଆ ସୈନ୍ୟ ଓ ବରିଷ୍ଠ ସେନାଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।

Exit mobile version