ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

(ଦ କୁଇଭର): ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ବାର ମାସରେ ତେର ପର୍ବ ଭଳି ବନକଲାଗି ନୀତି ମହାପ୍ରଭୁଙ୍କ ଏକ ଅନନ୍ୟପର୍ବ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୂଙ୍କ ପାଖରେ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ।

ସନ୍ଧ୍ୟା ୫ଟାରୁ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି କରିବେ । ସେଥିପାଇଁ ସାଧାରଣ ଦର୍ଶନ ୩ ଘଣ୍ଟା ବନ୍ଦ ରହିବ । ମଧ୍ୟାହ୍ନ ଧୂପ ସରିବା ପରେ ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ ।

Leave a Reply

Your email address will not be published. Required fields are marked *