ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ବ୍ରିଫକେସ୍

(ଦ କୁଇଭର): ଚର୍ଚ୍ଚାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବାକୁ ବାଗେଲ ବୁଧବାର ଛତିଶଗଡ ବିଧାନସଭାରେ ପହଞ୍ଚିଛନ୍ତି । ବିଧାନସଭାରେ ମୁଖମନ୍ତ୍ରୀ ଗାଈକୁ ଗୁରୁତ୍ୱ ଦେବାସହ ସେ ଏକ ନିଆରା ପଦକ୍ଷପ ନେଇଛନ୍ତି । ସେ ବଜେଟ ଡକ୍ୟୁମେଣ୍ଟକୁ ଗୋବରରେ ତିଆରି ଏକ ବ୍ୟାଗରେ ଆଣିଥିଲେ । ବ୍ରିଫକେସଟି ପୁରା ଗୋବରରେ ତିଆରି ହୋଇଥିଲା ।

ସେ ତାଙ୍କ ଅଫିସରେ ବ୍ୟାଗ ସହିତ ଏକ ଫୋଟ ମଧ୍ୟ ପୋଷ୍ଟ କରିଥିଲେ । ଆଉ ସେହି ବ୍ୟାଗରେ ‘ଗୋମୟ ବସତେ ଲକ୍ଷ୍ମୀ’ ଲେଖା ହୋଇଥିଲା । ଏପରି ନିଆରା ଢଙ୍ଗକୁ ନେଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ । ବାଘେଲ ସର୍ବଦା କୃଷିକ୍ଷେତ୍ର ଓ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାର ନିଜର ରହିଛି ।

ବଜେଟରେ, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନାକୁ ଲଞ୍ଚ କରିବା ସହିତ ବାଗେଲ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେହିପରି ବାଗେଲ ରାଜୀବ ଗାନ୍ଧୀ ଭୁମିହିନ କୃଷି ମଜୁରୀଆ ଯୋଜନା ଅଧୀନରେ ବାର୍ଷିକ ସହାୟତାକୁ ୬୦୦୦ ରୁ ୭୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *