ୟୁପିରେ ପୁଣି ‘ବୁଲଡୋଜର ବାବା’

(ଦ କୁଇଭର): ୟୁପିରେ ପୁଣି ଡବଲ୍ ଇଞ୍ଜିନ୍ ସରକାର, ଉତ୍ତରପ୍ରଦେଶ ରାଜନୀତିରେ ପୁଣି ଜିତିଲା ବିଜେପି, ୟୁପି ଗଡରେ ରାଜ କରିବେ ବାବା, ସମସ୍ତ ରାଜ୍ୟରେ ଚିତ୍ର ପ୍ରାୟ ସ୍ପଷ୍ଟ ହୋଇସାରିଛି । ୧ଲକ୍ଷ ୨ହଜାର ଭୋଟରେ ଜିତିଲେ ଯୋଗୀ । ଏପଟେ ରାଜ୍ୟରେ ନେତା ଓ କର୍ମିଙ୍କ ମଧ୍ୟରେ ଆରମ୍ଭ ହୋଇସାରିଛି ଉତ୍ସବ । ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଚଳିତ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ପ୍ରଥମ ଥରରେ ହିଁ ସେ ହାସଲ କରିଛନ୍ତି ବିପୁଳ ବିଜୟ। ସେ ସମାଜବାଦୀ ପାର୍ଟିର ସୁଭବତୀ ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ହରାଇଛନ୍ତି। ବିଜୟ ହାସଲ ପରେ ଯୋଗୀ ଆଜି ଦିଲ୍ଲୀ ଯିବେ। ସେଠାରେ ସସଂଦୀୟ ବୋର୍ଡ ବୈଠକରେ ସାମିଲ ହେବେ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତି ପାର୍ଟି ଅଫିସରେ ପହଞ୍ଚିବେ । ଦିଲ୍ଲୀ ପାର୍ଟି ଅଫିସରେ ମୋଦି ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ସୂଚନା ମିଳୁଛି କି ଆଜି ସନ୍ଧ୍ୟାରେବିଜେପି ସଂସଦୀୟ ଦଳର ବୈଠକ ମଧ୍ୟ ହୋଇପାରେ । ସେହିପରି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଲକ୍ଷ୍ନୌରେ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।

Leave a Reply

Your email address will not be published. Required fields are marked *