ମଣିପୁରରେ ମୁଖମନ୍ତ୍ରୀ ବିରେନ୍ ସିଂ ବିଜୟୀ

(ଦ କୁଇଭର): ଚାଲିଛି ୫ ରାଜ୍ୟର ବିଧାନସଭା ନିର୍ବାଚନର ଗଣତି । ମଣିପୁର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଭାରତୀୟ ଜନତା ପାର୍ଟି୨୯ଟି ଆସନରେ ଆଗୁଆ ରହିଛି। ନ୍ୟାସନାଲ ପିପୁଲ୍ସ ପାର୍ଟି ନଅଟି ଆସନରେ ଆଗୁଆ ରହି ପଛରେ ରହିଛି। ଅପରପକ୍ଷରେ କଂଗ୍ରେସ ୧୦ଟି ଆସନରେ ଆଗୁଆ ରହିଛି।

ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ଇମ୍ଫାଲ ପୂର୍ବର ହେଇଙ୍ଗାଙ୍ଗ ଆସନ ଜିତିଛନ୍ତି। ଥୋବାଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂ ଆଗୁଆ ରହିଛନ୍ତି। ମଣିପୁରରେ ୬୦ଟି ବିଧାନସଭା ଆସନ ଅଛି, ସେଥିମଧ୍ୟରୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଏକ ଦଳ କିମ୍ବା ମିଳିତ ଦଳ ୩୧ଟି ଆସନ ଜିତିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *