କେଜ୍ରିୱାଲ ହେବେ ପ୍ରଧାନମନ୍ତ୍ରୀ !

(ଦ କୁଇଭର): ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ ଯାଉଛି ଆମ୍ ଆଦମୀ ପାର୍ଟି । ଟ୍ରେଣ୍ଡରେ, ଆମ୍ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି । ଦଳ ଏପର୍ୟ୍ୟନ୍ତ ୮୮ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୧୩ଟି ଆସନରେ ଆଗୁଆ ଥିବାବେଳେ ୧୦ଟି ଆସନରେ ଶିରୋମାନି ଅକାଲୀ ଦଳ ଏବଂ ବିଜେପି ମେଣ୍ଟ ୫ଟି ଆସନରେ ଆଗୁଆ ରହିଛି ।

ଆଉ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ଦଳର ଜଣାଶୁଣା ନେତା ରାଘଭ ଚଡ୍ଡା । ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ବିଜେପି ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜର ହେବେ। ଆଗକୁ ଆପ୍ ଜାତୀୟ ଦଳ ହେବାକୁ ଯାଉଛି। ଏହା କଂଗ୍ରେସର ସ୍ଥାନ ନେବ। ଆଉ ମୋଦିଙ୍କ ସ୍ଥାନ ନେବେ କେଜ୍ରିୱାଲ। ପ୍ରଧାନମନ୍ତ୍ରୀ ହେବେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଆଉ ଦଶନ୍ଧି ଧରି ପଞ୍ଜାବକୁ ଶାସନ କରୁଥିବା ରାଜବଂଶର ମୂଳ ମଧ୍ୟ ଏବେ ହଲଚଲ ହୋଇଯିବ ବୋଲି କହିଛନ୍ତି ।

ଏପଟେ ଭୋଟ ଗଣତି ଚାଲିଥିବା ବେଳେ ପଞ୍ଜାବରେ ୧୧୭ଟି ବିଧାନସଭା ଆସନରୁ ୮୮ଟିରେ ଆପ୍ ଆଗୁଆ ରହିଛି । ଦଳ ଟ୍ରେଣ୍ଡରେ ଆଗେଇ ଆସିବା ମାତ୍ରେ ନେତା ଓ କର୍ମୀଙ୍କ ଭିତରେ ଆରମ୍ଭ ହୋଇଯାଇଛି ଉତ୍ସବ । ଏପଟେ ପଞ୍ଜାବର ସିହାଂସନ କାହାର ହେବ ତା ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *