ପ୍ରାଣ ହରାଇଲେ ଋଷର ଆଉ ଜଣେ ସେନାଧିକାରୀ

(ଦ କୁଇଭର): ଆଉ ଜଣେ ସେନାଧିକାରୀଙ୍କୁ ହରାଇଲା ଋଷ । ଗୁରୁବାର ଋଷର ଆଉ ଜଣେ ସେନାଧିକାରୀଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ ସେନା ଦାବି କରିଛି । କୁହାଯାଉଛି ଯେ ଖେରସନରେ ଋଷର ଡେପୁଟି ଚିଫ୍ ମେଜର ଆଣ୍ଡ୍ରି ବୁର୍ଲାକୋଭଙ୍କୁ ୟୁକ୍ରେନ ସେନା ନିହତ କରିଛିନ୍ତି । ସେ ରେଜିମେଣ୍ଟର ମୁଖ୍ୟ ମଧ୍ୟ ଥିଲେ। ଏହି ଯୁଦ୍ଧ ସମୟରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିଲା । ଏହା ପୂର୍ବରୁ ଋଷ ସେନାର ମେଜର ଜେନେରାଲ ଭିଟାଲୀ ଜେରୋସିମୋଭ, ମେଜର ଜେନେରାଲ ଆଣ୍ଡ୍ରି ସୁଖୋଭେଟସ୍କିଙ୍କ ମୃତ୍ୟୁ ହୋଇସାରିଛି ।

ଜାତିୟଗଣମାଧ୍ୟମରୁ ମିଳିଥିବା ସୂଚନାନୁସାରେ, ଏପର୍ୟ୍ୟନ୍ତ ୧୨ ହଜାରରୁ ଅଧିକ ଋଷ ସୈନ୍ୟ ନିହତ ହୋଇଛନ୍ତି । ଏଥିସହିତ ୫୭ଟି ବିମାନ, ୩୫୩ ଟ୍ୟାଙ୍କ, ୮୩ଟି ହେଲିକପ୍ଟର ମଧ୍ୟ ଧ୍ୱଂସ ହୋଇଥିବା ଦାବି କରାଯାଇଛି। ଏହା ବ୍ୟତୀତ ୧୨୫ ବନ୍ଧୁକ, ସାମରିକ ଯାନ ମଧ୍ୟ ନଷ୍ଟ ହୋଇଥିବା କୁହାଯାଉଛି । ତଥାପି କଣ୍ଟା ହୋଇ ଛିଡାହୋଇଛି ଋଷ । କିଭକୁ ତିନି ପଟୁ ଘେରି ରହିଛି ଏଥିସହ ଇରପିନ, ବ୍ରୋଭାରି ଏବଂ ମାରିଅପୋଲ ଉପରେ କ୍ଷେପଣାସ୍ତ୍ର ମାଡ କରିଚାଲିଛି ।

Leave a Reply

Your email address will not be published. Required fields are marked *