ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

(ଦ କୁଇଭର): ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ । ଏକ ନାଟକୀୟ ଢଙ୍ଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରିଥିବା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଆଜି ରାଜ୍ୟପାଳଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ପଞ୍ଜାବ ନିର୍ବାଚନରେ ଦଳର ସୋଚନୀୟ ପରାଜୟ ପରେ ଚନ୍ନି ନିଜ ତରଫରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି କି ପଞ୍ଜାବ ଭୋଟର ଯାହା ଜନାଦେଶ ଦେଇଛନ୍ତି ତାହାକୁ ସ୍ୱୀକାର କରିବାକୁ ପଡିବ ।

ଗତ ନିର୍ବାଚନରେ ମୋଟ ୨୨ ଟି ବିଧାୟକ ଆସନ ଜିତିବାରେ ସକ୍ଷମ ହୋଇଥିବା ଆମ୍ ଆଦମୀ ପାର୍ଟି ଚଳିତ ନିର୍ବାଚନରେ କ୍ଲିନ ସ୍ୱିପ କରିଛି । ଆମ୍ ଆଦମୀ ପାର୍ଟିକୁ ଚଳିତ ବିଧାନସଭା ନିର୍ବାଚନରେ ମୋଟ ୧୧୭ ଆସନରୁ ୯୨ ଟି ଆସନ ମିଳିଥିବା ବେଳେ ସରକାରରେ ଥିବା କଂଗ୍ରେସ ମାତ୍ର ୧୮ ଟି ଆସନରେ ବିଜୟୀ ହୋଇପାରିଛି । ସେହିଭଳି କ୍ୟାପଟେନ ଅମରିନ୍ଦର ସିଂ ଏକ ନୂଆ ଦଳ ଗଠନ କରି ନିର୍ବାଚନ ଲଢିଥଲେ ବି ଗୋଟିଏ ବି ଆସନରେ ଜିତିବାରେ ସକ୍ଷମ ହୋଇପାରି ନାହାଁନ୍ତି । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ ତାଙ୍କ ଆସନରୁ ହାରିଯାଇଛନ୍ତି ।

ସବୁଠାରୁ ବଡକଥା କି ନିଜେ ମୁଖ୍ୟମନ୍ତ୍ରୀ ଚନ୍ନି ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ବି ତାଙ୍କୁ ଦୁଇଟିଯାକ ଆସନରୁ ଆପ୍ ପ୍ରାର୍ଥୀ ପରାଜିତ କରିଦେଇଛନ୍ତି । କେବଳ ଚନ୍ନି ନୁହଁନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ବି ପରାଜିତ ହୋଇଛନ୍ତି । କଂଗ୍ରେସର ଏଭଳି ଶେଚନୀୟ ପରାଜୟ ପରେ ଏବେ ସମୀକ୍ଷା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *