ପୁଣି IPLକୁ ଫେରିଲେ ମାଲିଙ୍ଗା

(ଦ କୁଇଭର): କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର । ପୁଣି ଆଇପିଏଲ୍‌କୁ ଫେରିଲେ ମାଲିଙ୍ଗା। ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌-୨୦୨୨ ମ୍ୟାଚ୍‌ ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ନିଜ ସହ ସାମିଲ କରାଇଛି। ଟି-୨୦ ଫର୍ମାଟର ପ୍ରସିଦ୍ଧ କ୍ରିକେଟଙ୍କ ମଧ୍ୟରୁ ଜଣେ ଲାସିଥ ମାଲିଙ୍ଗାଙ୍କୁ ରାଜସ୍ଥାନ ରୟାଲ୍ସ ନିଜ କୋଚିଂ ଷ୍ଟାଫମାନଙ୍କ ମଧ୍ୟରେ ସ୍ଥାନ ଦେଇଛି। ତାଙ୍କୁ ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।

ଦିନେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ୍‌ କରାଇଥିବା ମାଲିଙ୍ଗା ଏବେ ରାଜସ୍ଥାନ ରୟାଲ୍ସକୁ ଦେବେ ବୋଲିଂର ଜ୍ଞାନ। ମୁମ୍ବାଇ ଇଣ୍ଡିଆନ୍ସ ବି ଏବେ ମାଲିଙ୍ଗାଙ୍କ ଟାର୍ଗେଟରେ ରହିବ। ଗତବର୍ଷ ମାଲିଙ୍ଗା କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ। ମହାମାରୀ କରୋନା ଯୋଗୁଁ ବର୍ଷ ୨୦୨୦ରେ ମଧ୍ୟ ଆଇପିଏଲ୍‌ ମ୍ୟାଚ୍‌ ଖେଳିନଥିଲେ।

୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଡି ହୋଇଥିବା ମାଲିଙ୍ଗା ୪ଥର ଏହି ଟିମ୍‌କୁ ଆଇପିଏଲ୍‌ରେ ବିଜୟ ଆଣି ଦେଇଥିଲେ। ମାଲିଙ୍ଗାଙ୍କ ନାଁରେ ଆଇପିଏଲ୍‌ରେ ୧୨୨ଟି ମ୍ୟାଚ୍‌ ଏବଂ ୧୭୦ଟି ୱିକେଟ୍‌ ହାସଲ କରିଥିବା ରେକର୍ଡ ରହିଛି।

Leave a Reply

Your email address will not be published. Required fields are marked *