Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଦିଦିଙ୍କ ଅଭିଯୋଗ: ଅଖିଳେଶଙ୍କୁ ଜବରଦସ୍ତି ହରାଇଦେଲେ

(ଦ କୁଇଭର): ଦିଦିଙ୍କ ନୂଆ ଆରୋପ । ନିର୍ବାଚନରେ ହୋଇଛି ଭୋଟ୍ ଲୁଟ୍ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ସମର୍ଥନ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ମମତା ବାନାର୍ଜୀ ସପାଙ୍କ ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ ମଧ୍ୟ କରିଥିଲେ ।

ବିଜେପିର ଏହି ଜ୍ୱଳନ୍ତ ବିଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏହା ବିଜୟ ନୁହଁ ଏହା ଏକ ଭୋଟ୍ ଲୁଟ୍ । ସେ ଅଭିଯୋଗ କରିଛନ୍ତି ଅଖିଳେଶଙ୍କୁ ଜବରଦସ୍ତି ହରାଯାଇଛି । ଆଉ ଇଭିଏମର ଫରେନ୍ସିକ ଯାଞ୍ଚ ପାଇଁ ମଧ୍ୟ ସେ ଦାବି କରିଛନ୍ତି ।

ଏହା ଏକ ଲୋକପ୍ରିୟ ଜନାଦେଶ ନୁହେଁ ବର ଏହା ଏକ ମେସିନାରୀ ଜନାଦେଶ । ଯଦି ଏହାକୁ ନେଇ ବିଜେପି ଭାବୁଥିବ ୨୦୨୪ରେ ନିର୍ବାଚନ ଜିତିବା ସହଜ ହେବ, ତେବେ ଏହା ସମ୍ଭବ ନୁହେଁ । ମମତା ବାନାର୍ଜୀ କହିଛନ୍ତି ଯେ ଏହି ବିଜୟ ବିଜେପି ପାଇଁ ଏକ ବଡ କ୍ଷତି ହେବ। ଏଥିସହ ୨୦୨୨ ନିର୍ବାଚନର ଫଳାଫଳ ୨୦୨୪ ନିର୍ବାଚନର ଭାଗ୍ୟ ସ୍ଥିର କରିବ ବୋଲି କହିବା ଅଯୁକ୍ତିଯୁକ୍ତ ବୋଲି କହିଛନ୍ତି ।

Exit mobile version