ଏପ୍ରିଲ ୨୯ରୁ ମାଟ୍ରିକ୍ ପରୀକ୍ଷା

(ଦ କୁଇଭର): ମାଟ୍ରିକ୍ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏପ୍ରିଲ ୨୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ । ସମ୍ମେଟିଭ୍ ଆସେସମେଣ୍ଟପରୀକ୍ଷା-୨ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ । ଏଥିସହ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନିଜ ସ୍କୁଲରେ ହିଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ କେବଳ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନେ ପରୀକ୍ଷା ପରିଚାଳନା ପାଇଁ ନିଯୁକ୍ତ ହେବେ ।

ଆବଶ୍ୟକସ୍ଥଳେ ଯଦି କୋଣସି କାରଣରୁ ନିଜ ବିଦ୍ୟାଳରେ ପରୀକ୍ଷା କରାଯାଇପାରିବ ନାହିଁ ତେବେ ଛାତ୍ରଛାତ୍ରୀମାନେ ନିକଟତର ସ୍କୁଲରେ ପରୀକ୍ଷା ଦେଇପାରିବେ । ବିଗତ ୨ବର୍ଷର କରୋନା ସ୍ଥିତିକୁ ବିଚାରକୁ ନେଇ ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ । ଛାଚ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିବେ ସେହି ମାର୍କକୁ ଚୂଡାନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Leave a Reply

Your email address will not be published. Required fields are marked *