ୟୁକ୍ରେନ୍ ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିବ ଋଷ !

FILE PHOTO

(ଦ କୁଇଭର): ୟୁକ୍ରେନ୍ ଉପରେ କେମିକାଲ୍ ଆଟାକ୍ କରିବ ଋଷ ! କ୍ଷଣିକ ମଧ୍ୟରେ ଧ୍ୱଂସ ହୋଇଯିବ ପୃଥିବୀ ! ପୁଣି ସାମ୍ନାକୁ ଆସିଛି ଋଷିଆର ଆସଲ ଚେହେରା । ଉଭୟ ପକ୍ଷ ସାମାନ୍ୟ ନରମିଥିଲେ ବି ଯୁଦ୍ଧ ଥମିବାର ନା ନେଉନାହିଁ । ଏପଟେ ଯୁଦ୍ଧକୁ ବିତିଲାଣି ୨ ସପ୍ତାହ । ତଥାପି କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଋଷିଆ ପକ୍ଷରୁ ଚାଲିଛି ଘନ ଘନ ଗୁଳିଗୋଳା ସହ ମିସାଇଲ ଆଟାକ୍ । ଏହାରି ଭିତରେ ଋଷ ୟୁକ୍ରେନ୍ ଉପରେ କରିପାରେ ଭୟଙ୍କର କେମିକାଲ୍ ଅଟାକ୍ । ଯାହା ମାନବସମାଜ ଉପରେ ପ୍ରଭାବ ପକାଇବ ।

ଗୁଇନ୍ଦା ସୁତ୍ରରୁ ଜଣାପଡିଛି ଯେ, ଋଷିଆ ୟୁକ୍ରେନ୍ ଉପରେ କେମିକାଲ୍ ଆଟାକ୍ କରିବ । ଏ ନେଇ ଚେତାଇଛି ଆମେରିକା । ଏପଟେ ବ୍ରିଟେନ ମଧ୍ୟ ପୂର୍ବରୁ ଏହି ବିଷୟରେ ଚିନ୍ତାବ୍ୟକ୍ତ କରିଥିଲା । ଗୁଳିଗୋଳା ମିସାଇଲ ମାଡ ହେବା ପରେ ଏବେ ୟୁକ୍ରେନ୍ ଉପରେ ରାସାୟନିକ ଆକ୍ରମଣ ସାରା ବିଶ୍ୱ ପାଇଁ କେତେ ଯେ କ୍ଷତିକାରକ ହେବ ଆପଣ ଭାବିପାରୁଥିବେ । ଏହି ତଥ୍ୟ ମିଳିବା ପରେ ଏହି ସଂଙ୍କଟ ଆହୁରି ଘନୀଭୂତ ହୋଇପାରେ ବୋଲି ଏବେଠାରୁ ଆମେରିକା ସତର୍କ କରାଇଛି ।

ହ୍ଵାଇଟ୍ ହାଉସ୍ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ରୁଷ, ୟୁକ୍ରେନ ଉପରେ ବାୟୋଲୋଜିକାଲ୍ କିମ୍ବା କେମିକାଲ୍ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ତେବେ ଋଷ ଯେକୌଣସି ମୂହୂର୍ତ୍ତରେ ୟୁକ୍ରେନ୍ ଉପରେ କେମିକାଲ୍ ଆସ୍ତ୍ର ପ୍ରୟୋଗ କରିପାରେ । ପୂର୍ବରୁ କରୋନାକୁ ଚୀନର ବାୟୋଲୋଜିକାଲ ୱିପନ ବୋଲି କୁହାଯାଉଥିବା ବେଳେ ଏବେ ଋଷ କେଉଁ ନୂଆ ବାୟୋଲୋଜିକାଲ ୱିପନ ପ୍ରସ୍ତୁତ କରୁଛି ତାହା ଉପରେ ଏବେ ପୁରା ବିଶ୍ୱର ନଜର ।

Leave a Reply

Your email address will not be published. Required fields are marked *