ବାଇଡେନଙ୍କ ଚେତାବନୀ: ଋଷ,ନାଟୋ ଲଢିଲେ ତୃତୀୟ ବିଶ୍ୱଯୁଦ୍ଧ

FILEPHOTO

(ଦ କୁଇଭର): ଋଷର ଚାଲିଛି non-stop ଆକ୍ରମଣ, ଅନେକ ବଡ ବଡ ଅଟ୍ଟାଳିକା,ଅଫିସ,ହସ୍ପିଟାଲ ଉପରେ ମିସାଇଲ ମାଡ କରି ମାଟିରେ ମିଶାଇ ସାରିଲାଣି ଋଷ ସେନା । ଋଷର ଘନ ଘନ ଆକ୍ରମଣକୁ ଦେଖି ଆମେରିକା ମଧ୍ୟ ଋଷ ଉପରେ କଡା କଟକଣା ଲଗାଇବା ଜାରି ରଖିଛି ।

କୁହାଯାଉଛି ଯେ, ରୁଷ ସେନା କିଭ୍କୁ ଘେରିବାକୁ ପ୍ରସ୍ତୁତି କରୁଛି। ଓଡେଶାରେ ଶନିବାର ସକାଳେ ରୁଷ ସୈନିକମାନେ ଗୁଳିକାଣ୍ଡ ଓ ବୋମାମାଡ କରିଥିଲା । ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଆମେରିକା ରୁଷକୁ ଘେରିବାକୁ ୧୨ ହଜାର ସୈନିକ ପଠାଇଛି । ତେବେ ଚୁପ୍ ବସିଥିବା ଆମେରିକା ଓ ନାଟୋ ଋଷ ବିପକ୍ଷରେ କାହିଁକି ମୋର୍ଚ୍ଚା ସମ୍ଭାଳୁ ନାହିଁ, ତା’ର ଉତ୍ତର ରାଷ୍ଟ୍ରପତି ବାଇଡେନ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ନାଟୋ ଓ ରୁଷ ମଧ୍ୟରେ ଲଢ଼େଇ ହେବ, ତା’ହେଲେ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି ହେବ। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ରହିବ।

ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି। କିନ୍ତୁ ନାଟୋ ଦେଶର ସୁରକ୍ଷା ପାଇଁ କେବେ ବି ପଛଘୁଞ୍ଚା ଦେବନାହିଁ ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି । ମସ୍କୋ ବିରୋଧରେ ଅଧିକ କଟକଣା ଘୋଷଣା ସମୟରେ ବାଇଡେନ ଏହା କହିଛନ୍ତି ।

Leave a Reply

Your email address will not be published. Required fields are marked *