ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ

(ଦ କୁଇଭର): ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ । ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳ ପାଇଁ ଏହା ହେଉଛି ଦ୍ୱିତୀୟ ବିଜୟ । ହାମିଲଟନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୧୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୧୨୩ ଓ ହରମନପ୍ରୀତ କୌର ୧୦୯ ରନର ପାଳି ଖେଳିଥିଲେ ।

୩୧୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଓ୍ୱେଷ୍ଟଇଣ୍ଡିଜ ମହିଳା ଦଳର ସମସ୍ତ ଖେଳାଳୀ ୧୬୨ ରନରେ ଅଲ ଆଉଟ ହୋଇଯାଇଥିଲେ। ଦଳ ପକ୍ଷରୁ ଡିଣ୍ଡ୍ରା ଡଟିନ ସର୍ବାଧିକ ୬୨ ରନ ସ୍କୋର କରିଥିବାବେଳେ ହେଲି ମାଥ୍ୟୁସ ୪୩ ରନ କରିଥିଲେ। ଦଳର ଅନ୍ୟ କୌଣସି ଖେଳାଳି ଅଧିକ ରନ କରିବାକୁ ସକ୍ଷମ ହୋଇ ନଥିଲେ। ତେବେ ସିମେନ କ୍ୟାମ୍ବେଲ୧୧ ଓ ଚେଡେନ ନେସନ ୧୯ ରନ କରିଥିଲେ। ଭାରତର ସ୍ମୃତି ମାନ୍ଧାନା ପ୍ଳେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳ ପାଇଁ ଏହା ହେଉଛି ଦ୍ୱିତୀୟ ବିଜୟ । ଏହାପୂର୍ବରୁ ଦଳ ପାକିସ୍ତାନକୁ ୧୦୭ ରନରେ ପରାସ୍ତ କରିଥିଲା। ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ହାତରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥି ସହିତ ଟୁର୍ନାମେଣ୍ଟରେ ୱିଣ୍ଡିଜ୍ ପାଇଁ ଏହା ହେଉଛି ପ୍ରଥମ ପରାଜୟ । ଏହାପୂର୍ବରୁ ୱିଣ୍ଡିଜ୍ ଦଳ ଦୁଇଟି ମ୍ୟାଚ୍ ଜିତିଥିଲା।

Leave a Reply

Your email address will not be published. Required fields are marked *