ବଢିଲା ପେଟ୍ରୋଲ ଓ ଡିଜେଲ ଦର: କେଉଁଠି ଜାଣନ୍ତୁ ?

(ଦ କୁଇଭର): ୟୁକ୍ରେନରେ ଚାଲିଛି ଯୁଦ୍ଧ । ଆଉ ଏହାର ପ୍ରଭାବ ପଡ଼ିଛି ଶ୍ରୀଲଙ୍କାରେ । ଶ୍ରୀଲଙ୍କାରେ ଥିବା ଭାରତୀୟ ତୈଳ ନିଗମର ସହାୟକ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ପୁଣି ଥରେ ବୃଦ୍ଧି କରିଛି। ଏକ ମାସ ମଧ୍ୟରେ ଏହି ବୃଦ୍ଧି ତୃତୀୟ ଥର ହୋଇଛି । ଶ୍ରୀଲଙ୍କାର ଇଣ୍ଡିଆନ୍ ଅଏଲ୍ କମ୍ପାନୀ କହିଛି ଯେ ଡିଜେଲର ମୂଲ୍ୟ ଲିଟର ପିଛା ୭୫ ଟଙ୍କା ଏବଂ ପେଟ୍ରୋଲର ମୂଲ୍ୟ ୫୦ ଟଙ୍କା ଲିଟର ପିଛା ବୃଦ୍ଧି କରାଯାଇଛି । ଯାହାଫଳରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୨୫୪ ଟଙ୍କା ଏବଂ ଦେଶରେ ଡିଜେଲ ୨୧୪ ଟଙ୍କା ହୋଇଛି।

ଶ୍ରୀଲଙ୍କାରେ ଟଙ୍କାର ମୂଲ୍ୟ ହ୍ରାସ ହେତୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି ବୋଲି କହିଛି। ବର୍ଦ୍ଧିତ ମୂଲ୍ୟ ଆଜିଠାରୁ କାର୍ୟ୍ୟକାରୀ ହୋଇଛି । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନୋଜ ଗୁପ୍ତା କହିଛନ୍ତି, “ସାତ ଦିନ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଶ୍ରୀଲଙ୍କା ଟଙ୍କା ୫୭ ଟଙ୍କା ହ୍ରାସ ପାଇଛି। ତୈଳ ଏବଂ ପେଟ୍ରୋଲ ଦ୍ରବ୍ୟର ମୂଲ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ ।

ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନେ ଋଷ ଉପରେ କଟକଣା ଲାଗୁ କରୁଛନ୍ତି, ଯେଉଁଥିପାଇଁ ତୈଳ ଓ ଗ୍ୟାସର ମୂଲ୍ୟ ମଧ୍ୟ ବଢୁଛି। ଗୁପ୍ତା କହିଛନ୍ତି, “ଆନ୍ତର୍ଜାତୀୟ ତୈଳ ମୂଲ୍ୟ ଅଧିକ ହେତୁ ଆମେ ବର୍ତ୍ତମାନ ବ୍ୟାପକ କ୍ଷତି ସହୁଛୁ, ତେଣୁ ମୂଲ୍ୟ ବୃଦ୍ଧି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ମୂଲ୍ୟ ବୃଦ୍ଧି ସତ୍ତେ୍ୱ ତାଙ୍କୁ ବିପୁଳ କ୍ଷତି ସହିବାକୁ ପଡିବ ।

Leave a Reply

Your email address will not be published. Required fields are marked *