ଲୋକଙ୍କ ଉପରେ ଗାଡି ମଡାଇ ଦେଲେ ବିଧାୟକ

(ଦ କୁଇଭର): ଲହୁଲୁହାଣ ହେଲେ ଚିଲିକା ବିଧାୟକ । ନିର୍ଧୂମ ଛେଚିଲେ ଗାଁ ଲୋକେ । ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ହୋଇଥିଲା ଏହି ଆକ୍ରମଣ । ଏଥିରେ ୨ ପୋଲିସ କର୍ମୀଙ୍କ ସହ ୫ଜଣ ଗୁରୁତର ଆହତ ହୋଇଛନ୍ତି । ବ୍ଲକ ଆଗରେ ଭିଡ ଭିତରେ ବିଧାୟକଙ୍କ ଗାଡି ପଶିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ନିଜେ ବିଧାୟକ ଗାଡି ଚଳାଇଯାଇଥିବା ଅଭିଯୋଗ ହୋଇଛି । ବିଧାୟକଙ୍କ ଗାଡ଼ି ଧକ୍କାରେ ସେଠାରେ ମୃତୟନ ଥିବା ଦୁଇ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୂର୍ବରୁ ମଧ୍ୟ ବାହୁବଳୀ ନେତା ଜଗଦ୍ଦେବ ବିଜେପି ନେତା ନିରଞ୍ଜନ ସେଠିଙ୍କୁ ଦୁର୍ବ୍ୟବହାର କରି ମାଡ ମାରିଥିଲେ ସେ ଘଟଣା ପରେ ସେ ବରଖାସ୍ତ ମଧ୍ୟ ହୋଇଥିଲେ । ଏବେ ପୁଣି ବିଧାୟକ ଲୋକମାନଙ୍କ ଉପରକୁ ଗାଡି ଚଢାଇବା ଅତି ନିନ୍ଦନୀୟ ବୋଲି ଗ୍ରାମବାସି ମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *