‘ଜଗଦ୍ଦେବଙ୍କୁ ନିଲମ୍ବନ ନୁହେଁ ବହିଷ୍କାର କର’: ସମ୍ବିତ ପାତ୍ର

PRESS MEET

(ଦ କୁଇଭର): ଗତକାଲି ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ବାହୁବଳୀ ବିଧାୟକ କୌଣସି ନା କୌଣସି ଗଣ୍ଡୋଗଳ ସ୍ଥିତିକୁ ନେଇ ସବୁବେଳେ ବିବାଦରେ ଥାଆନ୍ତି । କିନ୍ତୁ ଏଥର ଜଗଦ୍ଦେବ ବର୍ବରତାର ସବୁ ସୀମା ଟପି ଯାଇ ଯେଉଁ ଜନତାଙ୍କ ଦ୍ୱାରା ସେ ନିର୍ବାଚିତ ହୋଇଛନ୍ତି ସେଇ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି। ବିଧାୟକଙ୍କ ଏହି ବର୍ବରକାଣ୍ଡରେ ୧୦ ପୋଲିସ୍ ଅଧିକାରୀଙ୍କ ସହ ୨୨ରୁ ଅଧିକ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ବି ଗୁରୁତର ଆହତ ହୋଇ ଜଗଦ୍ଦେବ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।

ଘଟଣାକୁ ନେଇ ବିଜେଡିକୁ ଓ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ଟାର୍ଗେଟ୍ କରିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇବା ଘଟଣାକୁ ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଭାବେ ଜନସାଧାରଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି ପୂରା ଭାରତରେ ଏହି ଘଟଣା ଓଡ଼ିଶାର ଛବିକୁ ମଳିନ କରିଛି। ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ।’

ଏହାସହ ସେ ପ୍ରେସମିଟ୍ କରି କହିଛନ୍ତ ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଅପରାଧୀ । ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପୂର୍ବରୁ ମଧ୍ୟ ଜଗଦ୍ଦେବଙ୍କ ନାଁରେ ଅନେକ ଅଭିଯୋଗ ରହିଛଇ । ତେଣୁ ତାଙ୍କୁ ଦଳରୁ କାହିଁକି ବହିସ୍କାର କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ୍ । ଦଳରୁ ନିଲମ୍ବନ ମାତ୍ର ଏକ ନାଟକ ଥିଲା । ଦଳରୁ ନିଲମ୍ବନ ହେବା ପରେ ବି ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବୋଲି ସମ୍ବିତ ପାତ୍ର କହିଛନ୍ତି ।

ସମ୍ବିତ ପାତ୍ର ଆହୁରି କହିଛନ୍ତି, ‘ଦୀର୍ଘ ଦିନ ଶାସନରେ ରହିବା ପରେ ବିଧାୟକଙ୍କ ଅହଂକାର ବଢ଼ିଛି। ତେଣୁ ବିଧାୟକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମ୍ବିତ ପାତ୍ର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *