ଆମେରିକା ଦୂତାବାସ ଉପରେ ଭୟଙ୍କର ମିଜାଇଲ ମାଡ

(ଦ କୁଇଭର): ୟୁକ୍ରେନରେ ଚାଲିଛି ଯୁଦ୍ଧର ମହାତାଣ୍ଡବ । ଆଜି ବି ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି । ବିଭିନ୍ନ ସହରକୁ ଟାର୍ଗେଟ୍ କରୁଛନ୍ତି ଋଷ ସେନା । ୟୁକ୍ରେନ୍ ରାଜଧାନୀ କିଭରେ ବହୁ ଭିତରକୁ ଋଷ ସେନା ପ୍ରବେଶ କରି ସାରିଲାଣି । ଏହାରି ଭିତରେ ଆସିଛି ବଡ଼ ଖବର । ଋଷ ସେନା ପକ୍ଷରୁ ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଟାର୍ଗେଟ୍ କରି ଭୟଙ୍କର ଆକ୍ରମଣ କାରାଯାଇଛି ।

ଇରାକର ଇରବିଲରେ ଥିବା ଆମେରିକା ଦୂତାବାସ ଉପରେ ମିଜାଇଲ ମାଡ଼ ହୋଇଛି । ଗୋଟିଏ ପରେ ଗୋଟିଏ ୧୨ଟି ମିଜାଇଲ୍ ମାଡ଼ ହୋଇଥିବା ଜଣାପଡ଼ିଛି । ଏହା ପରେ ଦୂତାବାସ ଜଳି ଯାଇଛି । ଆମେରିକା ସୁରକ୍ଷା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ଖବର ଜଣାପଡିନାହିଁ । ଏହାକୁ ନେଇ ଆମେରିକା ତୀବ୍ର ନିନ୍ଦାକରିଛି

Leave a Reply

Your email address will not be published. Required fields are marked *