ପୁଲିସ୍ ବାବୁ କରୁଥିଲେ ଗଞ୍ଜେଇ କାରବାର

(ଦ କୁଇଭର): ପୋଲିସବାବୁ ସାଜିଲେ ଗଞ୍ଜେଇ ମାଫିଆ । ଆଉ ଏହି ଗଞ୍ଜେଇ କାରବାରର ମାଷ୍ଟର ମାଇଣ୍ଡ ଥିଲେ ଖୋଦ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା । ସୂଚନାନୁସାରେ ୪୨୦ କିଲୋର ଗଞ୍ଜେଇ ଚାଲାଣ କାରବାରରେ ଏସ୍‌ଆଇଙ୍କ ସମ୍ପୃକ୍ତି ଥିବା ପରେ ଗିରଫ ହୋଇଛନ୍ତି ଏସ୍‌ଆଇ ।

ମାଥିଲି ଥାନା ଅଧିନ କର୍ତ୍ତନପାଳୀରେ କାର୍ଯ୍ୟରତ ଏସ୍‌ଆଇ ଜୟଦାଶ ଖରା ଗିରଫ ହୋଇଛନ୍ତି । କେବଳ ସେ ଏକା ନୁହେଁ ତାଙ୍କ ସହ ଆଉ ୩ ଜଣ ଗଞ୍ଜେଇ ମାଫିଆ ମଧ୍ୟ ଗିରଫ ହୋଇଛନ୍ତି । ପଡ଼ୋଶୀ ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ଏସ୍‌ଆଇ ସହଯୋଗ କରୁଥିବାର ଅଭିଯୋଗ ହୋଇଥିଲା । ପରେ ମାଲକାନଗିରି ପୋଲିସ୍ ସ୍କ୍ୱାର୍ଡ଼ ଗଠନ କରି ତଦନ୍ତ କରିବା ପରେ ସମ୍ପୃକ୍ତ ମାଫିଆଙ୍କ ଠାରୁ ୪୨୦ କିଲୋର ଗଞ୍ଜେଇ ,ନଗଦ ୧୦ ହଜାର ଟଙ୍କା, ଗୋଟିଏ ଲାପଟାପ୍‌,ଗୋଟିଏ କାର ,ଦୁଇଟି ବାଇକ୍ ଏବଂ ମୋବାଇଲ୍ ଜବତ କରାଯାଇଛି

Leave a Reply

Your email address will not be published. Required fields are marked *