(ଦ କୁଇଭର): କଥାରେ ଅହିଂସା କାମରେ ହିଂସା । ଅହିଂସାର ପ୍ରୋତ୍ସାହନକାରୀ ଆମ ମୁଖ୍ୟମନ୍ତ୍ରୀ ଅହିଂସା ପାଇଁ ଆହ୍ୱାନ ଦେଉଛନ୍ତି । କିନ୍ତୁ ତାଙ୍କରି ଦଳର ନେତା ଓ କର୍ମୀମାନେ ଜପୁଛନ୍ତି ହିଂସାର ମନ୍ତ୍ର । ବିଜେଡି ସୁପ୍ରିମୋ ଅହିଂସାର ଏଭଳି ଜଣେ ପ୍ରୋତ୍ସାହନକାରୀ ଯେ, ଅହିଂସା ଶବ୍ଦ ସମ୍ବିଧାନର ମୁଖବନ୍ଧରେ ଯୋଡ଼ିବାକୁ ଦାବି କରିଦେଲେ । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଥିଲା ସେ ଜଣେ ଅହିଂସାବାଦୀ । କିନ୍ତୁ ତାଙ୍କରି ଦଳ ଆପଣାଉଛି ବିପରୀତ ନୀତି । ତାଙ୍କରି ଦଳର ନେତା ଓ କର୍ମୀମାନେ ନିର୍ବାଚନରେ ଯେଉଁଭଳି ଭାବେ ଅହିଂସାର ପଥ ଆପଣାଇଲେ, ତାହା ନବୀନଙ୍କ ଅହିଂସା ଭାବମୁ ର୍ୀ ଉପରେ କାଳିମା ବୋଳିଦେଇଛି । ଦଳର ନେତା ଓ କର୍ମୀଙ୍କ ପାଇଁ ଅହିଂସାର ନାରା ଦେଉଥିବା ସୁପ୍ରିମୋଙ୍କର ନାରା ବ ର୍ମାନ ପାଲଟିଯାଇଛି ‘କଥାରେ ଅହିଂସା, କାମରେ ହିଂସା’ ।

ନିକଟରେ ବାଣପୁରରେ ଯାହା ଘଟିଲା, ତାହା ଅତ୍ୟନ୍ତ ହୃଦୟ ବିଦାରକ । ବିଜେଡିର ଜଣେ ବିଧାୟକ ସାଧାରଣ ଲୋକଙ୍କ ଉପରେ ଗାଡି ଚଢାଇଦେବା ଓ ଜନତାଙ୍କ ଆକ୍ରୋଶର ଶିକାର ହେବା ଓ ଶେଷରେ ଲହୁଲୁହାଣ ହେବା ଆଦୈ ଅହିଂସା ନୁହେଁ । ଏପରି କଥା ନବୀନ ତ ଶିଖାଇ ନଥିବେ । ଏଭଳି ଅହିଂସା ପଥ ଆପଣାଇବାକୁ ଦଳର ଆଉ କେଉଁ ନେତା ଶିଖାଇଛନ୍ତି କି? ତାଙ୍କ ଦଳର ଏହି ବିଧାୟକଙ୍କ ଏଭଳି ଆଚରଣ ବାବୁ ଜାଣିପାରୁନାହାନ୍ତି, ନା ତାଙ୍କୁ ଜଣାଇବାକୁ ଦିଆଯାଉ ନାହିଁ? ଏହି ଘଟଣା ଏବେ ନୂଆ ନୁହେଁ ପୂର୍ବରୁ ମଧ୍ୟ ସେ ବହୁବାର ଏଭଳି ହିଂସା ଆପଣାଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ନବୀନଙ୍କ ଆଭିମୁଖ୍ୟ ବିରୋଧୀ କାର୍ଯ୍ୟକୁ ଦଳର କେହି ସୁଯୋଗ ଦେଉଛନ୍ତି କି, ଯାହାଦ୍ୱାରା ଏହା ନୀବନଙ୍କ ପାଖରେ ପହ ିପାରୁନାହିଁ ।

ପ ।ୟତ ନିର୍ବାଚନ କଥା ଦେଖନ୍ତୁ, କିଭଳି ଭାବେ ସବୁ ରେକର୍ଡ ଭାଙ୍ଗି ବଢିଗଲା ନିର୍ବାଚନୀ ହିଂସା । ଆଉ ଏବେ ପୌର ନିର୍ବାଚନ ସମୟ । ବାଣପୁରରେ ବିଧାୟକଙ୍କ ଏଭଳି ଅମାନୁଷିକ କାଣ୍ଡ ଦେଖି ଲାଗୁଛି ଯେମିତି କେହି ଆଉ ସରକାରୀ ଦଳ ପ୍ରତି ଆଙ୍ଗୁଠି ଉଠାଇବାକୁ ସାହସ କରିବେନି । କେବଳ ଏତିକି ନୁହେଁ ବିଜେପୁର ସଭାରେ ମୁଖିଆଙ୍କ ଉପରକୁ ଏକ ଜୋତା ଫିଙ୍ଗିଦେଇଥିବାରୁ ସାରା ରାଜ୍ୟ ଉଠିଥିଲା ପଡ଼ିଥିଲା । କିନ୍ତୁ ବାଣପୁରରେ ବିଧାୟକଙ୍କ ଏଭଳି ଔଦ୍ଧତ୍ୟକୁ କେବଳ ନିନ୍ଦା କରି ଚୁପ୍ ବସିପଡ଼ିଲେ ବିଜେଡି ନେତା । ପ୍ରକୃତରେ ଏଭଳି ହିଂସାକୁ କିଏ ଦେଉଛି ପ୍ରଶ୍ରୟ? କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ମୁଖିଆ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *